fbpx

ବନ୍ଧୁ ପାଲଟିଲା ସଇତାନ ! କଲେଜରୁ ଘରେ ଛାଡିଦେବା ବାହାନାରେ କଲା ଦୁଷ୍କର୍ମ, ଭିଡିଓ କରି କଲା ବ୍ଲାକମେଲ୍

ଭୋପାଳ : ଜଣେ ୨୬ ବର୍ଷୀୟ ନର୍ସିଂ ଛାତ୍ରୀଙ୍କ ସହିତ ସେହି କଲେଜର ଜଣେ ପୁରୁଷ ବନ୍ଧୁ ଦୁଷ୍କର୍ମ କରିବା ପରି ମାମଲା ସାମ୍ନାକୁ ଆସିଛି । ଅଭିଯୁକ୍ତ ପୀଡିତାଙ୍କ ଖାଦ୍ୟରେ ନିଶା ପଦାର୍ଥ ମିଶାଇ ଯୁବତୀଙ୍କ ବଳାକ୍ରାର କରିଛନ୍ତି। କେବଳ ଏତିକି ନୁହେଁ ପୀଡିତା କହିଛନ୍ତି, ଅଭିଯୁକ୍ତ ପୂରା ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛି । ଭିଡିଓ ଜରିଆରେ ତାଙ୍କୁ ବ୍ଲାକମେଲ୍ କରିବାକୁ ଧମକ ଦେଉଛି ।

ଏହି ଘଟଣା ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର ନିଶାତପୁରା ଅଞ୍ଚଳରେ ଘଟିଛି । ଅଗଷ୍ଟ ୧୪ରେ ଅଭିଯୁକ୍ତ ଗୋବିନ୍ଦ ଅହିରବାର ଯୁବତୀଙ୍କୁ କଲେଜରୁ ଘରେ ଛାଡି ଦେବା କହି ଲିଫ୍ଟ ଦେଇଥିଲେ । ହେଲେ ରାସ୍ତାରେ ସେ କିଛି ଟିଫିନ କିଣି ସେଥିରେ ନିଶା ପଦାର୍ଥ ମିଶାଇ ଦେଲେ । ଖାଇବା ପରେ ଯୁବତୀ ଜଣଙ୍କ ଅଚେତ୍ ହୋଇଯିବାରୁ ଅଭିଯୁକ୍ତ ନିଜ ଭଡା ଘରକୁ ନେଇ ଆସିଥିଲା । ସେଠାରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଯୁବତୀଙ୍କୁ ବ୍ଲାକମେଲ୍ କରିବା ପାଇଁ ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲା ।

ପୋଲିସ କହିଛି, ଅଭିଯୁକ୍ତ କଲେଜରୁ ବାହାରିବା ପରେ ଯୁବତୀଙ୍କୁ ଘରେ ଛାଡି ଦେବ ବୋଲି କହିଥିଲା । ରାସ୍ତାରେ କାର ଅଟକାଇ କିଛି ଖାଇବା ଜିନିଷ କିଣିଲା ଏବଂ ସେଥିରେ ନିଶା ଦ୍ରବ୍ୟ ମିଶାଇ ଦେଲା । ଯୁବତୀ ଏହାର ଟେର ମଧ୍ୟ ପାଇ ପାରିଲେ ନାହିଁ । ବେହୋସ ହେବା ପରେ ଯୁବକ ନିଜର ଭଡା ଘରକୁ ଯୁବତୀଙ୍କୁ ନେଇ ଆସିଲା । ସେଠାରେ ବଳାକ୍ରାର କରି ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲା ।

ଘଟଣା ପରେ ଅଭିଯୁକ୍ତ ଭିଡିଓ ଜରିଆରେ ଯୁବତୀଙ୍କୁ ବ୍ଲାକମେଲ କରିବା ଆରମ୍ଭ କରି ଦେଲା । ଲଗାତାର ଧମକ ଦେବା ପରେ ମହିଳା ଅଲିରାଜପୁର ଜିଲ୍ଲାରେ ନିଜ ଘରକୁ ଆସି ଘଟଣା ବିଷୟରେ ଅଭିଭାବକଙ୍କୁ ଜଣାଇଥିଲେ । ଏହା ପରେ ପରିବାର ଲୋକେ ଅଲିରାଜପୁର ଥାନାରେ ମାମଲା ରୁଜୁ କରିଥିଲେ । ମାମଲାକୁ ଭୋପାଳର ନିଶାତପୁରା ଥାନାକୁ ସ୍ଥାନାନ୍ତର କରାଯାଇ ମାମଲାର ତଦନ୍ତ କରାଯାଉଛି । ଅଭିଯୁକ୍ତର ଭଡା ଘରେ ପୋଲିସ ଚଢାଉ କରିଛି, କିନ୍ତୁ ଅଭିଯୁ୍କ୍ତ ଫେରାର ହୋଇ ଯାଇଥିବା ପୋଲିସ କହିଛି ।

Get real time updates directly on you device, subscribe now.