fbpx

ଅଗଷ୍ଟ ୧୬ରୁ ରାଜ୍ୟରେ ଖୋଲିବ କଲେଜ ଓ ୟୁନିଭର୍ସିଟି, ଆରମ୍ଭ ହେବ କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଧିରେ ଧିରେ ଶିକ୍ଷାନୁଷ୍ଠାନ, ହୋଟେଲ, ପାର୍କ ଆଦି ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଅଗଷ୍ଟ ୧୬ରୁ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଯାଉଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବ କଲେଜ, ୟୁନିଭର୍ସିଟି ଖୋଲିବ ।

ତେବେ ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ । ୧୬ ତାରିଖରୁ ଉଭୟ ବର୍ଗରେ କ୍ଲାସ ରୁମ୍ ପାଠପଢ଼ା ନେଇ ବିଭାଗୀୟ ସୂଚନା ମିଳିଛି । କିନ୍ତୁ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହିଁ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.