ଇଏ ହେଉଛନ୍ତି ଭାରତର ନାରୀ ଶକ୍ତି.., ସୋସିଆଲ ମିଡ଼ିଆରେ ସୋଫିଆ-ବ୍ୟୋମିକାଙ୍କ ତାରିଫ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଅତଙ୍କୀ ହମଲାର ଜବାବରେ ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତର ତିନୋଟି ସେନା ଅପରେସନରେ ପାକିସ୍ତାନ ସ୍ଥିତ ସମୁଦାୟ ୯ଟି ଆତଙ୍କବାଦୀ ଠିକଣାରେ ଏୟାରଷ୍ଟ୍ରାଇକ କରିଛି।

ଭାରତୀୟ ସେନା ମିଡିଆ ସାମ୍ନାରେ ଏହି ଅପରେସନର ବ୍ରେକିଂ ଦେଇଛି। ଏହି ବ୍ରେକିଂରେ ଦୁଇଟି ଚେହେରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଏହା ଭାରତର ନାରୀ ଶକ୍ତିର ପ୍ରତୀକ ସାଜିଛି। ସୋସିଆଲ ମିଡିଆରେ ଲୋକେ ଏମାନଙ୍କର ଖୁବ ପ୍ରଶଂସା କରୁଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଦୁଇ ମହିଳା ଅଧିକାରୀମାନଙ୍କ ଚର୍ଚ୍ଚା ହେଉଛି, ଏବଂ ପ୍ରତି ଭାରତୀୟ ଏମାନଙ୍କର ପ୍ରଶଂସା କରୁଛନ୍ତି। ଏକ୍ସରେ ସୋଫିଆ କୁରୈସୀ ଟ୍ରେଣ୍ଡ କରୁଛି, ଏଥିସହ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କର ମଧ୍ୟ ପ୍ରଶଂସା ହେଉଛି।

ଏହା ବ୍ୟତୀତ ‘ନାରୀ ଶକ୍ତି’ ମଧ୍ୟ ଟ୍ରେଣ୍ଡ କରୁଛନ୍ତି। ଲୋକେ ଏମାନଙ୍କୁ ଭାରତର ନାରୀ ଶକ୍ତି ପ୍ରତୀକ ବୋଲି କହୁଛନ୍ତି, ଏବଂ ଭାରତୀୟ ସେନାର ପ୍ରେସ୍ ମିଟ୍ ଜରିଆରେ ପାକିସ୍ତାନକୁ ଏହି ଖବର ମଧ୍ୟ ଦିଆଯାଉଛି ଯେ, ଭାରତର ମହିଳାମାନେ କେତେ ଶକ୍ତିଶାଳୀ।