fbpx

ଖୁବଶୀଘ୍ର ଆସୁଛି KALKI- 2898 AD(Part-2): ପୁଣି ଭେଟିବେ ପ୍ରଭାସ-ଅମିତାଭ, ୬୦ ପ୍ରତିଶତ ଶୁଟିଙ୍ଗ ଶେଷ

Advertisement

ମୁମ୍ବାଇ: ପୁଣିଥରେ ବକ୍ସ ଅଫିସରେ ଧମାଲ କରୁଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ । ନିକଟରେ ରିଲିଜ ହୋଇଥିବା ବିଗ୍ ବଜେଟ ଫିଲ୍ମ ‘KALKI- 2898 AD’ ବକ୍ସ ଅଫିସରେ କମାଲ କରୁଛି । ପ୍ରତ୍ୟେକ ଦିନ ସିନେମା ହାଉସଫୁଲ ରହୁଥିବା ବେଳେ ଦର୍ଶକଙ୍କୁ ଝୁମେଇବାରେ ଲାଗିଛି ପ୍ରଭାସ-ବିଗ୍ ବି ଅମିତାଭଙ୍କ ଟକ୍କର । ଏହାବ୍ୟତୀତ ଦୀପିକା ପାଦୁକୋନ ଏବଂ କମଲ ହାସନଙ୍କ ଅଭିନୟ ମଧ୍ୟ ବେଶ୍ ପ୍ରଶଂସା ସାଉଣ୍ଟିଛି । ତେବେ ଏହି ସିନେମାରେ ବିଜୟ ଦେବରକୋଣ୍ଡାଙ୍କ ଭଳି ଅନେକ ଷ୍ଟାର କେମିଓ ରୋଲ ମଧ୍ୟ କରିଛନ୍ତି । ତେବେ ସିନେମାର ସଫଳତାକୁ ଦୃଷ୍ଟିରେ ରଖି ଏହାର ଦ୍ୱିତୀୟ ପାର୍ଟ ଆସିବା ନେଇ ଖୁବ ଚର୍ଚ୍ଚା ହେଉଛି । ଏ ନେଇ ନିର୍ଦ୍ଦେଶକ ନାଗ ଅଶ୍ୱୀନ ମଧ୍ୟ ବଡ଼ ସଂକେତ ଦେଇଛନ୍ତି ।

‘KALKI- 2898 AD’ର ନିର୍ଦ୍ଦେଶକ ଏହାର ଦ୍ୱିତୀୟ ପାର୍ଟକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି । ସେ କହିଛନ୍ତି ଯେ, ‘KALKI- 2898 AD(Part-2)’ର ୬୦ ପ୍ରତିଶତ ଶୁଟିଙ୍ଗ ଶେଷ ହୋଇସାରିଛି । ଇନଷ୍ଟାଗ୍ରାମରେ ଏକ ଲାଇଭ ସେଶନ୍ ରଖିଥିଲେ ବାହୁବଳୀ ଫିଲ୍ମର ହିରୋ ପ୍ରଭାସ ଏବଂ ନାଗ ଅଶ୍ୱୀନ । ଏହି ସେଶନରେ ସିନେମାକୁ ନେଇ ଅନେକ କଥା କହିଥିଲେ । ଏହାସହିତ ସିନେମାର ସିକ୍ୱେଲକୁ ନେଇ ମଧ୍ୟ ବଡ଼ ଘୋଷଣା କରିଛନ୍ତି । ନାଗ ଅଶ୍ୱୀନ କହିଛନ୍ତି ଯେ, ‘KALKI- 2898 AD(Part-2)’ ୨/୩ ବର୍ଷ ପରେ ବଡ଼ ପରଦାକୁ ଆସିବ । ଅର୍ଥାତ୍ ୨୦୨୭ରେ ଏହି ସିନେମାର ପାର୍ଟ-୨ ରିଲିଜ ହେବାକୁ ଥିବା ବେଳେ ଏହାର ରିଲିଜ ଡେଟ୍ ଏବେ ସ୍ଥିର ହୋଇ ନଥିବା ବୋଲି ଅଶ୍ୱୀନ କହିଛନ୍ତି । ତେବେ ଏହି ଫିଲ୍ମର ପ୍ରାୟ ୬୦% ଶୁଟିଙ୍ଗ ଶେଷ ହୋଇସାରିଛି ।

ଏହି ସିନେମାର ସିକ୍ୱେଲରେ ମଧ୍ୟ ଅମିତାଭ ବଚ୍ଚନ ଏବଂ ପ୍ରଭାସ ପୁଣିଥରେ ଆମନା ସାମନା ହେବେ ବୋଲି ନିର୍ଦ୍ଦେଶକ ନାଗ ଅଶ୍ୱୀନ ସଂକେତ ଦେଇଛନ୍ତି । ‘KALKI- 2898 AD’ରେ ପ୍ରଭାସ, ଦୀପିକା, ଅମିତାଭ ବଚ୍ଚନ ଏବଂ କମଲ ହାସଲ ପ୍ରମୁଖ ଭୂମିକାରେ ରହିଛନ୍ତି । ସୁପରଷ୍ଟାରଙ୍କୁ ନେଇ ସୁସଜ୍ଜିତ ଏହି ସିନେମାକୁ ବେଶ୍ ଭଲ ପାଇବା ମିଳିଥିବା ବେଳେ ଏହା ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛି । ଏହାସହିତ ବଲିଉଡ ଇତିହାସରେ ଏହା ସର୍ବାଧିକ ଇନକମ୍ କରିଥିବା ପଞ୍ଚମ ଫିଲ୍ମ ପାଲଟିଛି । ଏହି ତାଲିକାରେ ପ୍ରଭାସଙ୍କ ଏହି ଫିଲ୍ମ ବହୁବଳୀ-୨, RRR, ସାଲାର(ପାର୍ଟ-୧), ବାହୁବଳୀ ଇତ୍ୟାଦି ସୁପରହିଟ ସିନେମାକୁ ପଛରେ ପକାଇଛି ।

Get real time updates directly on you device, subscribe now.