fbpx

ସମସ୍ତ ଷ୍ଟାଟଅପ ଧାରୀଙ୍କ ପାଇଁ ବଡ଼ ଖବର: ଆସନ୍ତା ୧୬ ତାରିଖରେ କେନ୍ଦ୍ର ସରକାର ଲଞ୍ଚ କରିବେ MAARG Portal

Advertisement

ନୂଆଦିଲ୍ଲୀ: ସମସ୍ତ ଷ୍ଟାର୍ଟଅପ ଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଷ୍ଟାର୍ଟଅପକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଏନେଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଷ୍ଟାଟଅପ ବିଷୟରେ ଓ ଏହା ଆରମ୍ଭ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ସବିଶେଷ ତଥ୍ୟ ଜାଣିବା ପାଇଁ କେନ୍ଦ୍ର ସରକାର ଏକ ପୋର୍ଟାଲ ଲଞ୍ଚ କରିବାକୁ ଯାଉଛନ୍ତି । ସେଥିପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଆସନ୍ତା ୧୬ ତାରିଖରେ ମେଣ୍ଟରଶିପ, ଆଡଭାଇଜରୀ, ଆସିଷ୍ଟାନ୍ସ, ରେସିଲିଏନ୍ସ ଓ ଗ୍ରୋଥ (ମାର୍ଗ) ପୋର୍ଟାଲ ଲଞ୍ଚ କରିବାକୁ ଯାଉଛି ।

ତେବେ ସୂଚନା ମୁତାବକ, ଆସନ୍ତା ୧୬ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ପୋର୍ଟାଲର ଉଦଘାଟନ କରିବେ । ଏହି ପୋର୍ଟାଲ ମାଧ୍ୟମରେ ବିଭିନ୍ନ କ୍ଷେତ୍ରର ଷ୍ଟାଟଅପ ଓ ଉଦ୍ୟୋଗ ମଧ୍ୟରେ ମାର୍ଗଦର୍ଶନ ଉପଲବ୍ଧ କରାଯିବ । ଏଥିସହିତ ବିଭାଗ ପକ୍ଷରୁ ଷ୍ଟାର୍ଟଅପ ଧାରୀଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରାଯିବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରାଯିବ ।

ତେବେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଶ୍ଚିତ ଭାବେ ସମସ୍ତ ଷ୍ଟାଟଅପ ଧାରୀଙ୍କ ହିତସାଧନ କରିବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଟଅପକୁ ଅଧିକ ପ୍ରୋତ୍ସାହନ ଦେଉଥିବା ବେଳେ ଏହି ପଦକ୍ଷେପ ଦ୍ୱାରା ଦେଶର ବିକାଶ ସାଧିତ ହୋଇପାରିବ । ତେବେ ଏହି ଉଦଘାଟନ ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ କିଛି ଷ୍ଟାଟଅପ ଓ ଉଦ୍ୟୋଗକୁ ପୁରସ୍କୃତ କରାଯିବ । ଯେଉଁ ସଂସ୍ଥାଗୁଡ଼ିକ ବିନା ଅର୍ଥ ରୋଜଗାରେ ସମାଜ ଉପରେ ପ୍ରଭାବ ପକାଉଥିବେ ଓ ଅସାଧାରଣ କ୍ଷମତା ପ୍ରଦର୍ଶନ କରୁଥିବେ, ସେମାନଙ୍କୁ ସେଥିପାଇଁ ଚୟନ କରାଯିବ ।

Get real time updates directly on you device, subscribe now.