ଭୁବନେଶ୍ୱର- ଟ୍ୱିନସିଟିବାସୀଙ୍କ ପାଇଁ ଖୁସି ଖବର । ଏଣିକି କମିଶନରେଟ ପୋଲିସ ଯୋଗାଇଦେବ ଜରୁରୀକାଳୀନ ସେବ । ଏହି ସେବା ଯୋଗାଇ ଦେବାକୁ ଆଜି ଏହି ନୂଆ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ ବା ଇଆରଏସଏସ ପାଇଁ ଆଜି ୩୦ଟି ଗାଡି କମିଶନରେଟ ପୋଲିସକୁ ଯୋଗଇ ଦିଆଯାଇଛି । ଭୁବନେଶ୍ୱର ପୋଲିସ ଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଆଜିର ଇଆରଏସଏସ ସେବା ଉତ୍ସବରେ ମୁଖ୍ୟମନ୍ତ୍ରୀ ୩୦ ଗାଡି ଲୋକାର୍ପଣ କରିଛନ୍ତି । ଏହି ସେବା ଟ୍ୱିନ ସିଟି ପାଇଁ ଆରମ୍ଭ ହୋଇଛି । ୩୦ ଗାଡିରୁ ୨୧ଟି ଭୁବନେଶ୍ୱରରେ ବ୍ୟବହାର ହେବାକୁ ଥିବା ବେଳେ ୮ଟି କଟକ କମିଶନରେଟ ପୋଲିସକୁ ଦିଆଯାଇଛି । କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏହି ଗାଡି କୌଣସି ସାଧାରଣ ଗାଡି ନୁହେଁ । ଏସବୁ ସୁରକ୍ଷା ଗାଡି । ଏହି ଗାଡି ନ୍ୟାୟ, ଆଇନଶୃଙ୍ଖଳା ଓ ଅପରାଧଶୂନ୍ୟ ସମାଜ ଗଠନ ପାଇଁ ଉଦ୍ଦିଷ୍ଟ । ପୋଲିସ ଏହି ଗାଡି ବ୍ୟବହାର କରି ତକ୍ରାଳ କାର୍ଯ୍ୟକ୍ଷମ ହୋଇ ଅପରାଧୀଙ୍କୁ ଧରିବ ।
ଏହି ବିଶେଷ ସେବା ଭୁବନେଶ୍ୱର ଓ କଟକବାସୀଙ୍କୁ ନାହିଁ କେବଳ ସୁରକ୍ଷା ଯୋଗାଇବ, ବରଂ ଜରୁରୀକାଳୀନ ସେବ ତଥା ଅଗ୍ନି ସେବା ମଧ୍ୟ ଯୋଗାଇ ଦେବ । ଗାଡିରେ ଫାଷ୍ଟଏଡ ସୁବିଧା ସହ ଅଗ୍ନି ନିର୍ବାପନ ପରି କାମ କରିବ । ତେଣୁ କୌଣସି ସ୍ଥାନରେ ଦୁର୍ଘଟଣା ହେଉ ବା ଗଣ୍ଡଗୋଳ ଅବା ଅନ୍ୟ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିହେବ, ଲୋକଙ୍କୁ ୧୧୨ ନମ୍ବରକୁ ଡାଏଲ କରିବାକୁ ହେବ । ତତକ୍ଷଣାତ୍ ପୋଲିସ ସେଠାରେ ପହଞ୍ଚି ସେବା ଯୋଗଇ ଦେବ ।