ନାଲି ପାଣି ସହ ଚାଖଣା ରେଡ୍ଡି କରିଥିଲେ, ଆପଣଙ୍କ ପାଇଁ ଏ ଖବର

ରାଜଧାନୀରେ ଜିରୋନାଇଟ ସେଲିବ୍ରେସନ ଅବସରରେ ୩୭ ପ୍ଲାଟୁନ ପୋଲିସଙ୍କୁ ନିୟୋଜିତ: କ୍ଲବଠାରୁ ରାସ୍ତା ସବୁ ଉପରେ ରଖିବେ ନଜର

ଭୁବନେଶ୍ୱର- ଆଜି ଜିରୋ ନାଇଟ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ସଜାଗ । ରାଜଧାନୀକୁ ଜଗିବେ ୩୭ ପ୍ଲାଟୁନ ପୋଲିସ । ରାସ୍ତା ଉପରେ ପୋଲିସର କଡା ନଜର । ଏହି ସମୟରେ ମଦ୍ୟପାନ କରି ଗାଡି ଚଳାଇଲେ ହେବ କଡା କାର୍ଯ୍ୟାନୁଷ୍ଠାନ ବୋଲି କମିଶନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ବର୍ଷ ୨୦୨୪ର ଆଜି ଶେଷ ଦିନ । ଆଜି ମଧ୍ୟ ରାତ୍ରୀରେ ନୂଆବର୍ଷ ୨୦୨୫ ଧରାବତରଣ କରିବ । ନୂଆବର୍ଷର ସ୍ୱାଗତ ପାଇଁ ଲୋକଙ୍କ ଭିତରେ ନାନା ଜୋଶ । କିଏ କେତେ ପ୍ଲାନ କରିଛନ୍ତି ଜିରୋ ନାଇଟ ସେଲିବ୍ରେସନ ପାଇଁ । ନାଲି ପାଣି ସହ ଚାଖଣା ବି ରେଡ୍ଡି ହେଲାଣି ।

ବିଭିନ୍ନ କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଶେଷ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଛି । ହେଲେ ବାହାରେ କେଉଁଠି ଏହି ସେଲିବ୍ରେସନ ପାଇଁ ପ୍ରସ୍ତୁତି କରୁଥିଲେ ହୋଇଯାଆନ୍ତୁ ସାବଧାନ । ଭୁବନେଶ୍ୱର ଗଳି କନ୍ଦିରେ ଜଗିବ ପୋଲିସ ।

ରାଜଧାନୀରେ ଜିରୋନାଇଟ ସେଲିବ୍ରେସନ ଅବସରରେ ୩୭ ପ୍ଲାଟୁନ ପୋଲିସଙ୍କୁ ନିୟୋଜିତ କରାଯାଇଛି । ଏମାନେ କ୍ଲବଠାରୁ ରାସ୍ତା ସବୁ ଉପରେ ରଖିବେ ନଜର ।

କୌଣସି ସ୍ଥାନରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ତା ଉପରେ ଦିଆଯିବ କଡା ନଜର ।

ଏହା ବ୍ୟତୀତ ବିଶେଷ ରୂପେ ମଦ୍ୟପାନ କରି ଗାଡି ଚଳାଉଥିବା ମଦୁଆଙ୍କୁ ଆଜି ରାତିରେ ସାବାଡ କରିବ ପୋଲିସ । ଖାଲି ଫାଇନ ହେବ ତାହା ନୁହେଁ , ଦରକାର ପଡିଲେ ଅଧିକ କିଛି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ।

ତେଣୁ କମିଶନରେଟ ପୋଲିସର କମିଶନର ଲୋକଙ୍କୁ ଶୃଙ୍ଖଳିତ ଓ ନିରାପଦ ଜିରୋନାଇଟ ସେଲିବ୍ରେସନ ପାଇଁ ଆହ୍ୱାନ ଦେଇଛନ୍ତି । ନିଜେ ସୁସ୍ଥ ଓ ନିରାପଦ ରହିବା ସହ ଅନ୍ୟମାନଙ୍କୁ ସାହାୟକ ହେବାକୁ ଅପିଲ କରିଛନ୍ତି ପୋଲିସ କମିଶନର ।

ତେଣୁ ଜିରୋ ନାଇଟ ସେଲିବ୍ରେସନ ପାଇଁ ମାତ୍ରାଧିକ ଉତ୍ସାହିତ ହୋଇଥିଲେ ଓ ଅଧିକା ବେକାବୁ ହେବାକୁ ପ୍ଲାନ କରୁଥିଲେ ରୁହନ୍ତୁ ସାବଧାନ ।