fbpx

କ୍ରମାଗତ କଫ, କଫରୁ ରକ୍ତ ପଡ଼ିବା, ଛାତି ଯନ୍ତ୍ରଣା, ହଠାତ୍ ଓଜନ ହ୍ରାସ, ପିଠି ଯନ୍ତ୍ରଣା: Lung Cancer Stage-4ର ଲକ୍ଷଣ ହୋଇପାରେ, ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଫୁସଫୁସ ବା ଲଙ୍ଗ କ୍ୟାନସର ବର୍ତ୍ତମାନ ସମୟରେ ଅନେକ ଲୋକଙ୍କ ଠାରେ ଦେଖା ଦେଉଛି । ସମଗ୍ର ବିଶ୍ୱରେ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଅଧିକାଂଶ ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିବା ବେଳକୁ ରୋଗ ଲାଷ୍ଟ ଷ୍ଟେଜରେ ପହଞ୍ଚି ଯାଇଥାଏ । ଯାହାଫଳରେ ସେ ସମୟରେ ଡାକ୍ତରଙ୍କର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଥାଏ । ତେଣୁ ଲଙ୍ଗ କ୍ୟାନସରକୁ ରୋକିବା ଆମ ସମସ୍ତଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ସାରା ବିଶ୍ୱର ବୈଜ୍ଞାନିକମାନେ ଲଙ୍ଗ କ୍ୟାନସରର ମେଡିସିନ ବିକାଶ ପାଇଁ ବିଭିନ୍ନ ପ୍ରକାରର ଶ୍ୱାସ ଓ ବ୍ଲଡ୍ ଟେଷ୍ଟିଂ କରୁଛନ୍ତି । ଆଜିର ସମୟରେ କମ୍ପ୍ୟୁଟରୀକରଣ ଟୋମୋଗ୍ରାଫି କିମ୍ବା ସିଟି ସ୍କାନ ମାଧ୍ୟମରେ ଏହି ରୋଗୀକୁ ଚିହ୍ନଟ କରିବା ସମ୍ଭବ । ଭାରତରେ ୭ ପ୍ରତିଶତ ନୂଆ କେସ୍ ମିଳିଥିବା ବେଳେ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହାର ମୃତ୍ୟୁସଂଖ୍ୟା ୧୦ ପ୍ରତିଶତ ରହିଛି ।

ପ୍ରତ୍ୟେକ ବର୍ଷ ଆମେରିକାର ଅତିକମରେ ୨୦ ହଜାର ବିନା ଧୂମପାନକାରୀ ଲଙ୍ଗ କ୍ୟାନସରରେ ମୃତ୍ୟୁବରଣ କରୁଛନ୍ତି । ସମଗ୍ର ମାନବ ସଭ୍ୟତା ପାଇଁ ଏହି ରୋଗ ଆଜି ଘାତକ ସାବ୍ୟସ୍ତ ହୋଇଛି । ବୈଜ୍ଞାନିକଙ୍କ ମତରେ ସିଗାରେଟ ସେବନକାରୀ ଲଙ୍ଗ କ୍ୟାନସରର ଶିକାର ହେବା ୯୦ ପ୍ରତିଶତ ଆଶଙ୍କା ରହିଥାଏ । କ୍ରମାଗତ କଫ, କଫରୁ ରକ୍ତ ପଡ଼ିବା, ଛାତି ଯନ୍ତ୍ରଣା, ହଠାତ୍ ଓଜନ ହ୍ରାସ, ଶରୀର ଯନ୍ତ୍ରଣା, ପିଠି ଯନ୍ତ୍ରଣା ଆଦି ଲକ୍ଷଣକୁ ଅଣଦେଖା କରିବା ଅନୁଚିତ । ଲଙ୍ଗ କ୍ୟାନସରର ଏହିସବୁ ଲକ୍ଷଣ ସାଧାରଣ ଫ୍ଲୁ ପରି ଦେଖାଯାଏ । ରୋଗ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିବା ପର୍ଯ୍ୟନ୍ତ ଭୟଙ୍କର ବୋଲି ଜଣାପଡ଼ି ନଥାଏ । ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ, ମେରିଲ୍ୟାଣ୍ଡ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.