fbpx

ଏଲିୟନ୍ସଙ୍କ ସହ ଏମିତି କରିହେବ କଥାବାର୍ତ୍ତା, ବୈଜ୍ଞାନିକ କହିଲେ ଉପାୟ

ନୂଆଦିଲ୍ଲୀ: ଏଲିୟନଙ୍କ ସହ ସଂପର୍କ କରିବା ପାଇଁ ବର୍ଷ ବର୍ଷରୁ ପ୍ରୟାସ ଜାରି ରହିଛି, ଅବଶ୍ୟ ଏପର୍ଯ୍ୟନ୍ତ ଏଲିୟନଙ୍କ ଅସ୍ତିତ୍ୱକୁ ନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । କିନ୍ତୁ ଏବେ ବିଶେଷଜ୍ଞଙ୍କ ଟିମ୍ ଏକ ଏଭଳି ଗାଣିତିକ ମଡେଲ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଏହା ଜଣାପଡ଼ିଛି ଯେ, କ୍ୱଣ୍ଟମ୍ କମ୍ୟୁନିକେସନ ଦ୍ୱାରା ଏଲିୟନଙ୍କ ସହ ସଂପର୍କ କରାଯାଇପାରେ ।

କ୍ୱଣ୍ଟମ ଫିଜିକ୍ସରେ କିଛି ଏଭଳି ଗୁଣ ରହିଛି ଯାହା ସାମାନ୍ୟ କମ୍ୟୁନିକେସନ ସିଷ୍ଟମ ତୁଳନାରେ ସୂଚନାକୁ ଶୀଘ୍ର ଏବଂ ଅଧିକ ସୁରକ୍ଷିତ ଢଙ୍ଗରେ ଟ୍ରାନ୍ସଫର କରିପାରେ । କ୍ୱାଣ୍ଟମ ନେଟୱର୍କ ବହୁତ ସମ୍ବେଦନଶୀଳ ହୋଇଥାଏ । ନିକଟରେ ହୋଇଥିବା ଅନୁସନ୍ଧାନ ଅନୂଯାୟୀ, ଏଭଳି ନେଟୱର୍କ ବିନା ଦ୍ୱିଧାରେ ଅନ୍ତରୀକ୍ଷରେ କାମ କରିପାରେ । ବ୍ରିଟେନ୍ ଏଡିନବର୍ଗ ୟୁନିଭର୍ସିଟିର ଭୌତିକ ବିଜ୍ଞାନୀ ଏବଂ ରିସର୍ଚ୍ଚ ମୁଖ୍ୟ ଲେଖକ ଅର୍ଜୁନ ବରେରା ଏବଂ ତାଙ୍କ ସହଯୋଗୀ ଜେମ୍ କାଲ୍ଡୋରୋନ-ଫିଗୁଏରୋଆ ଅନ୍ତରୀକ୍ଷ ରେ ଏକ୍ସ-ରେ ଗତିର ଗଣନା କରିଥିଲେ, ଫଳରେ ସମ୍ଭାବିତ ଡିକୋହୋରେନ୍ସର ଯାଞ୍ଚ କରାଯାଇପାରେ ।

ଅନୁସନ୍ଧାନକାରୀଙ୍କ କହିବା ଅନୂଯାୟୀ ଯଦି ଆଲୋକର ଅଣୁ ଅର୍ଥାତ୍ ଫୋଟୋନ୍ ର ବ୍ୟବହାର କ୍ୱଣ୍ଟମ ଅଣୁ ଭାବରେ କରାଯାଏ ତେବେ ଏହାକୁ ହଜାର ଆଲୋକ ବର୍ଷ ଦୂରକୁ ପ୍ରସାରିତ କରାଯାଇପାରେ । ଏହା ଏଥିପାଇଁ କାରଣ ମହାକାଶରେ ପଦାର୍ଥର ହାରାହାରି ଘନତ୍ୱ ପୃଥିବୀ ତୁଳନାରେ ବହୁତ କମ୍ ହୋଇଥାଏ । ଏହାସହ ସଫା ବାତାବରଣରେ ବାଧାର ସମ୍ଭାବନା ମଧ୍ୟ ନଥାଏ । ଏମିତିକି ଗୁରୁତ୍ୱାକର୍ଷଣ ଶକ୍ତି ମଧ୍ୟ କ୍ୱଣ୍ଟମ କମ୍ୟୁନିକେସନ ନେଟୱର୍କକୁ ପ୍ରଭାବିତ କରପାରିନଥାଏ ।

ଫିଜିକଲ ରିଭ୍ୟୁ ଡି ରେ ପ୍ରକାଶିତ ରିସର୍ଚ୍ଚ ଅନୂଯାୟୀ, ହୋଇପାରେ ଏଲିୟନ ପରସ୍ପର ସହ କଥା ହେବା ପାଇଁ କ୍ୱଣ୍ଟମ ନେଟୱର୍କର ବ୍ୟବହାର କରିଥାଇପାରନ୍ତି । ଅବଶ୍ୟ ଏହା କେବଳ ଅନୁମାନ, କିନ୍ତୁ ଏଥିରୁ ଭୌତିକ ବିଜ୍ଞାନୀଙ୍କୁ ଏଲିୟନଙ୍କ ଜୀବନ ଉପରେର ଖୋଜ୍ କରିବାର ଅନ୍ୟ ଉପାୟର ସଙ୍କେତ ମିଳିଛି ।

ଅନୁସନ୍ଧାନକାରୀଙ୍କ କହିବା ଅନୂଯାୟୀ କ୍ୱଣ୍ଟମ ସିଗ୍ନାଲ କୁ ଡିକୋଡ୍ କରିବା ପାଇଁ ଭଲ କମ୍ପ୍ୟୁଟରର ଅବଶ୍ୟକତା ପଡ଼ିବ । ସୂଚନା ଏବେବି ଆଲୋକ ଗତିରୁ ଅଧିକ ଦ୍ରୁତ ଯାଇପାରିନାହିଁ । ଏଥିପାଇଁ ପ୍ରସାରଣକୁ ନିଜ ଗନ୍ତବ୍ୟ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଅନେକ ବର୍ଷ ଲାଗିପାରେ ।

Get real time updates directly on you device, subscribe now.