fbpx

ଛୁଆ ଜନ୍ମ କଲେ କମ୍ପାନୀ ଦେଉଛି ୧୧.୫୦ ଲକ୍ଷର ବୋନସ୍, ବର୍ଷ ସାରା ଛୁଟି; ଜାଣନ୍ତୁ କେଉଁଠି

Advertisement

ବେଜିଂ: ଗତବର୍ଷ ଅଗଷ୍ଟ ମାସରେ ଜନସଂଖ୍ୟା ଏବଂ ପରିବାର ଯୋଜନା ଆଇନ ପ୍ରଣୟନ ହେବା ପରେ ଚାଇନାରେ ୨୦ ରୁ ଅଧିକ ପ୍ରାଦେଶିକ ସ୍ତରୀୟ କ୍ଷେତ୍ରରେ ଶିଶୁ ଜନ୍ମ ନିୟମ ସହ ଜଡ଼ିତ ନିୟମରେ ସଂଶୋଧନ ଅଣାଯାଇଛି । ଟାଇମ୍ସ ଅଫ୍ ଇସ୍ରାଏଲରେ ପ୍ରକାଶିତ ଏକ ବ୍ଲଗରେ ସିପିଏଫ୍ଏ (ରାଜନୈତିକ ଏବଂ ବୈଦେଶିକ ବ୍ୟାପାର) ଅଧ୍ୟକ୍ଷ ଫାବିଆନ୍ ବୋସାର୍ଟ କହିଛନ୍ତି ଯେ, ଚାଇନାରେ ପ୍ରୋତ୍ସାହନ ରୂପରେ ଶିଶୁ ବୋନସ୍, ଅଧିକ ବେତନ ପ୍ରାପ୍ତ ଛୁଟି, ଟିକସ ହ୍ରାସ ଏବଂ ଶିଶୁଙ୍କ ପ୍ରତିପୋଷଣ ପାଇଁ ସବସିଡି ପ୍ରଦାନ କରିବା ନେି ଘୋଷଣା କରିଛି ।

ଏଥି ସହିତ, ବେଜିଂ ଡାବିନୋଙ୍ଗ ଟେକ୍ନୋଲୋଜି ଗ୍ରୁପ୍ ନିଜର କର୍ମଚାରୀଙ୍କୁ ତୃତୀୟ ଶିଶୁ ଜନ୍ମ କଲେ ଏକ ବର୍ଷ ପର୍ଯ୍ୟନ୍ତ ଛୁଟି ଏବଂ ୯୦,୦୦୦ ୟୁଆନ୍ ନଗଦ ଅର୍ଥାତ୍ କର୍ମଚାରୀମାନଙ୍କୁ ୧୧.୫୦ ଲକ୍ଷ ବୋନସ୍ ପ୍ରଦାନ କରୁଛି । ଯଦି କର୍ମଚାରୀ ମହିଳା, ତେବେ ତାଙ୍କୁ ୧୨ ମାସର ମାତୃତ୍ୱ ଛୁଟି ଏବଂ ପୁରୁଷଙ୍କୁ ପାଇଁ ୯ ଦିନର ପାର୍ଟନାଲ୍ ଛୁଟି ମିଳିବ ବୋଲି ଘୋଷଣା କରିଛି କମ୍ପାନୀ । ଅନଲାଇନ୍ ଟ୍ରାଭେଲ୍ କମ୍ପାନୀଗୁଡିକ ମଧ୍ୟ ଅନେକ ଅଫର ଘୋଷଣା କରିଛନ୍ତି ।

କମ୍ପାନୀର ମ୍ୟାନେଜର ମାନଙ୍କୁ ନିଜ ଭ୍ରୁଣକୁ ସୁରକ୍ଷିତ ରଖିବାକୁ ସବସିଡି ଦିଆଯାଉଛି । ଚାଇନାର ସରକାରୀ ୱେବସାଇଟ୍ ଶିନ୍ହୁଆ ଅନୁସାରେ, ବେଜିଂ, ସିଚୁଆନ୍ ଓ ଜିଆନକ୍ସୀ ସମେତ ଅନେକ ରାଜ୍ୟରେ ଏ ସମ୍ବନ୍ଧରେ ତମାମ ସହାୟତା ଘୋଷଣା କରାଯାଇଛି । ଏଥିରେ ପିତୃତ୍ୱ ଛୁଟି, ମାତୃତ୍ୱ ଛୁଟି ବୃଦ୍ଧି ଓ ବିବାହ ପାଇଁ ଛୁଟି ଇତ୍ୟାଦି ଦିଆଯାଉଛି ।

ଲଗାତାର ପଞ୍ଚମ ବର୍ଷ ପାଇଁ ଚାଇନାର ଜନସଂଖ୍ୟା ହ୍ରାସ ପାଇଛି। ଗତ ବର୍ଷ ଶେଷରେ, ଚାଇନାର ଜନସଂଖ୍ୟା ୧.୪୧୨୬ ବିଲିୟନ ଥିଲା, ଯାହା ପାଞ୍ଚ ଲକ୍ଷରୁ ଆହୁରି କମ୍ ବୃଦ୍ଧି ହୋଇଛି । ଜନ୍ମ ହାର କ୍ରମାଗତ ପଞ୍ଚମ ବର୍ଷ ପାଇଁ ହ୍ରାସ ପାଇଛି। ଏହି ପରିସଂଖ୍ୟାନ ବିଶ୍ୱର ବହୁ ଜନବହୁଳ ଦେଶ ଉପରେ ଆସୁଥିବା ଜନସଂଖ୍ୟା ବିପଦ ଏବଂ ଆର୍ଥିକ ବିପଦର ଆଶଙ୍କା ବଢ଼ାଇଥାଏ । ତେବେ ଜନସଂଖ୍ୟା କମ୍ ହେଉଥିବା କାରଣରୁ ଯୁବବର୍ଗଙ୍କ ସଂଖ୍ୟା କମିବାରେ ଲାଗିଛି ଓ ବୃଦ୍ଧଙ୍କ ସଂଖ୍ୟା ବଢ଼ୁଛି । ଯାହା ଭବିଷ୍ୟତରେ ଆର୍ଥିକ ସଙ୍କଟ ଆଣିପାରେ ।

Get real time updates directly on you device, subscribe now.