fbpx

ସହକର୍ମୀଙ୍କୁ ହୋଇଥିବା ଦୁଷ୍କର୍ମର ବିରୋଧ କରିବାରୁ ୨୦୦ ମହିଳା ଶ୍ରମିକଙ୍କୁ ବାହାର କରିଦେଲା କମ୍ପାନୀ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ: ମହିଳା ସହକର୍ମୀଙ୍କ ସହ ହୋଇଥିବା ରେପର ବିରୋଧ କରିବାରୁ ଏକ କମ୍ପାନୀ ୨୦୦ ଜଣଙ୍କୁ ଚାକିରିରୁ ବାହାର କରିଦେଇଛି । ସମସ୍ତ ୨୦୦ ମହିଳା ଶ୍ରମିକ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବାସିନ୍ଦା ବୋଲି କୁହାଯାଉଛି । ସେମାନେ କହିଛନ୍ତି ଯେ, ସମସ୍ତେ ଆନ୍ଧ୍ରପ୍ରଦେଶର ଏକ ମାଛ ଏକ୍ସପୋର୍ଟ କମ୍ପାନୀରେ କାମ କରୁଥିଲେ । ସମସ୍ତ ମହିଳାଙ୍କୁ ବିନା କୌଣସି ନୋଟିସରେ ଚାକିରିରୁ ବାହାର କରିଦିଆଯାଇଛି । ଏହା ସହିତ ସେମାନଙ୍କୁ ତୁରନ୍ତ ସହର ଛାଡ଼ିବାକୁ କମ୍ପାନୀ ମ୍ୟାନେଜମେଣ୍ଟ ନୋଟିସ ଜାରି କରିଛି । ଏହା ପରେ ସମସ୍ତ ମହିଳା ଜମସେଦପୁରରେ ପହଞ୍ଚିଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ସେମାନେ କହିଛନ୍ତି ଯେ ଜଣେ କମ୍ ବୟସର ମହିଳା କର୍ମଚାରୀଙ୍କ ସହିତ ଦୁଷ୍କର୍ମ ଘଟଣାର ବିରୋଧ କରିବାକୁ କମ୍ପାନୀ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି । ଜମସେଦପୁର ପହଞ୍ଚିବା ପରେ ମହିଳାମାନେ ମାମଲା ରୁଜୁ କରିଛନ୍ତି । ଡିଡିସି ପରମେଶ୍ୱର ଭଗତ ପ୍ରବାସୀ ଶ୍ରମିକଙ୍କ ମାମଲା ବିସ୍ତୃତ ଯାଞ୍ଚ ଓ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପୋଲିସକୁ ଏହି ମାମଲରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ଅଭିଯୋଗ ମୁତାବକ, ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଧାଲଭୁମଗଡ଼ର ବାସିନ୍ଦା । ସେ ଅନ୍ୟ କର୍ମଚାରୀଙ୍କ ସହିତ ଫେରିନାହିଁ, କାରଣ କମ୍ପାନୀର ମ୍ୟାନେଜମେଣ୍ଟ ତାକୁ କାର୍ଯ୍ୟକ୍ଷେତ୍ରରୁ ବାହାରକୁ ଯିବାକୁ ଅନୁମତି ଦେଇନି । ଘଟଣାକୁ ନେଇ ମହିଳାମାନେ କହିଛନ୍ତି ଯେ, ନଭେମ୍ବର ୧୯ରେ ଫ୍ଲୋର ମ୍ୟାନେଜର ସେହି ନାବାଳିକାକୁ ନିଜ ରୁମକୁ ଡାକିଥିଲା ଓ ତା ସହ ଦୁଷ୍କର୍ମ କରିଥିଲା । ଯେବେ ପୀଡିତା ନିଜ ସହକର୍ମୀମାନଙ୍କୁ ଏହି ଘଟଣା ବିଷୟରେ କହିଥିଲେ, ସେବେ ସମସ୍ତ ସହକର୍ମୀମାନେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । କିନ୍ତୁ କମ୍ପାନୀ ଓଲଟା ମହିଳାମାନଙ୍କୁ ହିଁ କାମରୁ ବାହାର କରିଦେଲା । ଘଟଣା ଜାଣିବା ପରେ ବିଧାୟକ ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.