ପାଳିତ ଜୀବଙ୍କୁ ଆଘାତ ଦେଲେ ୫ ବର୍ଷ ଜେଲ ! କୁକୁଡ଼ା ହତ୍ୟାକାରୀକୁ ଧରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଲକ୍ଷ୍ନୌ: ପଶୁ ହେଉ ଅବା ପକ୍ଷୀ, ଘରେ ପାଳିଥିବା ପ୍ରତ୍ୟେକ ଜୀବ ପାଇଁ ମାଲିକର ଭଲପାଇବା ଥାଏ । ତା’ର ଖାଇବାଠାରୁ ଆରମ୍ଭ କରି ତାର ଯତ୍ନ ନେବା ଏବଂ ଦେହ ଖରାପ ହେଲେ ଡାକ୍ତର ପାଖକୁ ନେଇ ଚିକିତ୍ସା କରିବା ଇତ୍ୟାଦି ଦାୟିତ୍ୱ ମାଲିକର । କିନ୍ତୁ ଯେତେବେଳେ ପାଳିତ ପଶୁଟି ମରିଯାଏ ସେତେବେଳେ ମାଲିକଙ୍କୁ କଷ୍ଟ ହେବା ସ୍ୱଭାବିକ କଥା । ଉତ୍ତର ପ୍ରଦେଶ କୋଶାଂବିରେ ଦେଖିବାକୁ ମିଳିଛି ଏମିତି ଏକ ଅଜବ ଘଟଣା । ପାଳିତକ କୁକୁଡାର ମୃତୁ୍ୟରେ ଭାଙ୍ଗିପଡ଼ିଛନ୍ତି ତା’ ମାଲିକ ଶିବରାମ । ଆଉ ତା’ର ହତ୍ୟାକାରୀକୁ କଠୋର ଦଣ୍ଡ ଦେବା ପାଇଁ ପୋଲିସ ଷ୍ଟେଶନର ଦ୍ୱାରସ୍ଥ ହୋଇଛନ୍ତି ।

ଶିବରାମ ଦିନମଜୁଆରେ ଭାବେ କାମ କରନ୍ତି । ସେ ଘରେ ଏକ କୁକୁଡ଼ା ପାଳି ରଖିଥିଲେ । ଯାହାକୁ ସେ ଖୁବ୍ ଭଲ ପାନ୍ତି । ଶିବରାମ କାମକୁ ଯିବା ପରେ କୁକୁଡାଟି ଚରି ଚରି ଯାଇ ପହଞ୍ଚିଥିଲା ପଡ଼ୋଶୀ ଘନଶ୍ୟାମଙ୍କ ବାଡ଼ିରେ । ସେଠାରେ ଚରୁଥିବାବେଳେ କୁକୁଡାକୁ ଘନଶ୍ୟାମ ଇଟା ଫୋପାଡ଼ି ମାରି ଦେଇଥିବା ନେଇ ଶିବରାମ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ଦାଖଲ ପରେ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି । ପୋଲିସ ଉଭୟ ଶିବରାମ ଓ ଘନଶ୍ୟାମଙ୍କୁ ଡକେଇ ପଚରାଉଚରା ଚଳାଇଛନ୍ତି । ଶିବରାମ ପାଳିଥିବା କୁକୁଡାକୁ ଖୁବ ଭଲପାନ୍ତି । ଯାହା ତାଙ୍କର ଏ କାର୍ଯ୍ୟରୁ ଦେଖିଲେ ଜାଣାପଡ଼ୁଛି । ଆପଣ କ’ଣ ଜାଣିଛନ୍ତି ଅନ୍ୟର ପାଳିତ ଜୀବଜନ୍ତୁଙ୍କୁ ଆଘାତ ଦେବା ଅପରାଧ ବୋଲି? ଆଜ୍ଞା ହଁ ପାଳିତ ପଶୁଙ୍କୁ ମାର ଧର କିମ୍ବା ଆଘାତ ଦେବା ଏକ ଅପରାଧ । ଏ ନେଇ ଧାରା ୪୨୯ ଅଧିନରେ ଅପରାଧୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି ।