fbpx

୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ବର୍ତ୍ତମାନସୁଦ୍ଧା ୧୩୦ଜଣ ଚାକିରିଆଙ୍କୁ କରାଗଲାଣି ବହିଷ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି । ଆଉ ୮ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଚାକିରିଆଙ୍କୁ ବହିଷ୍କାର କରାଗଲାଣି । ୮ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ନିମାପଡ଼ାର ପୂର୍ବତନ ତହସିଲଦାର୍ ରାମଚନ୍ଦ୍ର ଜେନା । ତାଙ୍କୁ ମଧ୍ୟ ବାଧ୍ୟତାମୁଳକ ଅବସର ଦିଆଯାଇଛି । ନିକଟରେ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଥିଲା । ତାଙ୍କ ଘରୁ ବିପୁଳ ସମ୍ପତି ଠାବ ହୋଇଥିଲା । ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର୍ ଗୌରାଙ୍ଗ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୋଧରେ ରହିଥିଲା ୭ଟି ଦୁର୍ନୀତି ମାମଲା । ବରଗଡ଼ ଅମ୍ବାଭୋନାର ବିଡିଓ ଆଲଫୋନ୍ସ ବିଲୁଙ୍ଗଙ୍କୁ ମଧ୍ୟ ବହିଷ୍କାର କରାଯାଇଛି । କେନ୍ଦୁଝର ବୈତରଣୀ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁଙ୍କୁ ଦିଆଯାଇଛି ଅବସର । ଲାଞ୍ଜିଗଡ଼ ବ୍ଲକ୍ ସିଡ଼ିପିଓ ମୀନା ପାତ୍ର ଓ ଥୁଆମୂଳ ରାମପୁର ବ୍ଲକ୍ ସିଡିପିଓ ପୁଷ୍ପାଞ୍ଜଳୀ ରଥ ଦିଆଯାଇଛି ଅବସର । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେହିପରି ଏହି ୮ଜଣଙ୍କୁ ବହିଷ୍କାର ତାଲିକାରେ ରହିଛନ୍ତି ଦେବଗଡ଼ର ପୂର୍ବତନ ଅବକାରୀ ଉପାଅଧୀକ୍ଷକ ଅଜିତ୍ ମହାପାତ୍ର ଓ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କ୍ୟାସିୟର୍ ପ୍ରଭାକର ପ୍ରଧାନ । ଏହି ଦୁଇଜଣଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.