fbpx

IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର । ତାଙ୍କର ବାଧ୍ୟତାମୂଳକ ଅବସରକୁ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ୧୯୮୭ ବ୍ୟାଚର IFS ଥିଲେ ଅଭୟ ପାଠକ । ତାଙ୍କ ଅବସର ପାଇଁ ରାଜ୍ୟ ସରକାର ରାଷ୍ଟ୍ରପତିଙ୍କ ନିକଟରେ ସୁପାରିସ କରିଥିଲେ । ସରକାରୀ ପଦବୀର ଅପବ୍ୟବହାର କରିଥିଲେ ଅଭୟକାନ୍ତ ପାଠକ । ସୂଚନା ଅନୁସରେ ପୁଅ ଆକାଶ ପାଠକଙ୍କୁ ନକଲି ଟାଟା କମ୍ପାନିର ଏମଡି ହେବା ପାଇଁ କହଥିଲେ ଅଭୟକାନ୍ତ ପାଠକ । ସ୍କାଇକିିଙ୍ଗ୍ ଠକେଇ ମାମଲାରେ ଦୁଇ ଦିନ ରିମାଣ୍ଡରେ ମଧ୍ୟ ଯାଇଥିଲେ ଅଭୟ ପାଠକ । ୬୫ ଲକ୍ଷ ଟଙ୍କାର ଠକେଇ ମାମଲାରେ ସାମିଲ ଥିଲେ ପାଠକ । ୨୦୧୬ ମସିହାରେ ତାଙ୍କ ପୁଅ ଆକାଶ ପାଠକ ପୁନେ ଡିିଭିଜନରେ ଥିବା ଟାଟା ମୋଟରସର୍ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଭାବେ ସମସ୍ତଙ୍କୁ ପରିଚୟ ଦେଉଥିଲେ । ଗୋପାଳପୁର ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ ଝିଅଙ୍କ ସହ ଆକାଶଙ୍କ ନିର୍ବନ୍ଧ ହେବା ପରେ ସବୁ ସତ ବାହାରକୁ ଆସିଥିଲା । ଆକାଶ ଟାଟା କମ୍ପାନିର ଏମଡି ଥିôବା କଥା କମ୍ପାନି ଜାଣିପାରିବା ପରେ ୨୦୨୦ ମସିହା ମେ’ ମାସରେ ଆଇଜି ପୋଲିସକୁ ଜଣାଇଥିଲେ ।

Get real time updates directly on you device, subscribe now.