fbpx

ସମ୍ପୁର୍ଣ୍ଣ ସଂକ୍ରମଣ ମୁକ୍ତ ନୁହେଁ କଣ୍ଡୋମ: ହୋଇପାରେ STI, ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ବର୍ତ୍ତମାନ ଯୁବପିଢିଙ୍କ କ୍ଷେତ୍ରରେ କଣ୍ଡୋମର ବ୍ୟବହାର ବୃଦ୍ଧି ପାଉଛି ।  ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଇନଫେକ୍ସନ୍(STI) ବା ଯୌନ ସଂକ୍ରମଣର ବିପଦକୁ ହ୍ରାସ କରିବା ପାଇଁ ଏହା ଏକ ଉତ୍ତମ ବ୍ୟବସ୍ଥା ବୋଲି ବିବେଚନା କରାଯାଇଥାଏ । ଏହା ଏକ ଭୌତିକ ଅବରୋଧ ଭାବେ କାର୍ଯ୍ୟ କରିଥାଏ । ଶରୀରର ତରଳ ପଦାର୍ଥ ଏବଂ ତ୍ବଚା ସହିତ ସିଧାସଳଖ ସମ୍ପର୍କରେ ଆସିବାକୁ ପ୍ରତିରୋଧ କରିଥାଏ । ତେବେ ଯୌନ ସଂକ୍ରମଣକୁ ରୋକିବାରେ ଏହା ସାହାଯ୍ୟ କରୁଥିଲେ ହେଁ 100 ପ୍ରତିଶତ ସଂକ୍ରମଣ ରୋକିବାରେ ନାହିଁ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଏନେଇ ନୂଆଦିଲ୍ଲୀର ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗର ଡାକ୍ତର ଶ୍ରଦ୍ଧା ସିଂଘଲ ବିଷ୍ଣୋଇ ସୂଚନା ଦେଇଛନ୍ତି । ତେବେ ଏହାର କେତେକ କାରଣ ମଧ୍ୟ ରହିଛି

  • ଅସମ୍ପୁର୍ଣ୍ଣ ସୁରକ୍ଷା-   କଣ୍ଡୋମ କେବଳ ପେନିସକୁ ଆବରଣ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଅନ୍ୟ ସବୁ ସ୍ଥାନକୁ ଖୋଲା ରହିଥାଏ । ଏହି କାରଣ ପାଇଁ କ୍ଲାମିଡିଆ, ଗୋନୋରିଆ ଏବଂ ଟ୍ରାଇକୋମୋନିଆସିସ୍ ଭଳି ଅନ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ଗୋଟିଏ ସ୍ଥାନ ଅନ୍ୟ ଏକ ବ୍ୟକ୍ତିର ସଂସ୍ପର୍ଶରେ ଆସୁଥିବା କାରଣରୁ ଏହି ସମ୍ଭାବନା ଅଧିକ ରହିଥାଏ ।
  • କଣ୍ଡୋମ ଫାଟିବାର ଆଶଙ୍କା ବୃଦ୍ଧି- କେତେକ କ୍ଷେତ୍ରରେ ଯୌନ ସମ୍ପର୍କ ରଖିବା ସମୟରେ କଣ୍ଡୋମ ଫାଟିଯିବା ପାଇଁ ଖୋଲିଯିବାର ସମ୍ଭାବନା ଅଧିକ ରହିଥାଏ । ଏହାଦ୍ବାରା ପ୍ରଭାବଶୀଳତା କମ୍ ହୋଇଯାଇଥାଏ । ଟିପରେ ପର୍ଯ୍ୟାପ୍ତ ଜାଗା ନଛାଡିବା, ଲେଟେକ୍ସ କଣ୍ଡୋମ ସହିତ ତେଲ ଆଧାରିତ ଲୁବ୍ରକାଣ୍ଟର ବ୍ୟବହାର ଦ୍ବାରା ଏହା ଫାଟିବାର ସମ୍ଭାବନା ବୃଦ୍ଧି ପାଇଥାଏ ।
  • କବକ ସଂକ୍ରମଣ- କଣ୍ଡୋମର ବ୍ୟବହାର ଦ୍ବାରା କବକ ସଂକ୍ରମଣକୁ ରୋକାଯାଇଥାଏ । କିନ୍ତୁ ଏହା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରେ ନାହିଁ । ଇଷ୍ଟ ସଂକ୍ରମଣ ଭଳି କବକ ଉକ୍ତ ସ୍ଥାନକୁ ସଂକ୍ରମଣ କରାଇବାର ସମ୍ଭାବନାକୁ ବୃଦ୍ଧି କରିଥାଏ ।

ଏସଟିଆଇରୁ କିଭଳି ସମ୍ପୁର୍ଣ୍ଣ ସୁରକ୍ଷିତ ରଖିବେ-

  • ନିୟମିତ ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଇନଫେକ୍ସନ୍ ପରୀକ୍ଷା-ଯୌନ ସମ୍ପର୍କରେ ସକ୍ରିୟ ରହିଥିବା ବ୍ୟକ୍ତିବିଶେଷ ବାରମ୍ବାର ଏହି ପରୀକ୍ଷା କରିବା ଆବଶ୍ୟକ । ଯେଉଁମାନଙ୍କର ଏକାଧିକ ସାଥି ରହିଛନ୍ତି, ବିଶେଷକରି ସେମାନେ ଏହି ପରୀକ୍ଷା କରିବା ଜରୁରୀ ଅଟେ । ନିୟମିତ ଯାଞ୍ଚ କରିବା ଦ୍ବାରା ସଂକ୍ରମଣ ଶୀଘ୍ର ଜଣାପଡିଥାଏ ଏବଂ ଚିକିତ୍ସା ପ୍ରଣାଳି ମଧ୍ୟ ସହଜ ହୋଇଥାଏ । ଯାହା ନିତ୍ୟାନ୍ତ ଜରୁରୀ ଅଟେ । କାରଣ ଏସଟିଆଇ ଲକ୍ଷଣହୀନ ହୋଇଥାଏ, ବିନା ଯାଞ୍ଚରେ ଏହା ଜଣାପଡେ ନାହିଁ ।
  • ସ୍ବଚ୍ଛତା- ସଂକ୍ରମଣର ଆଶଙ୍କାକୁ କମ୍ କରିବା ପାଇଁ ବ୍ୟକ୍ତିକୁ ସ୍ବଚ୍ଛତା ବଜାୟୀ ରଖିବାର ଆବଶ୍ୟକତା ରହିଛି । ଯୌନ ଗତିବିଧିର ପୂର୍ବରୁ ଏବଂ ପରେ ସ୍ବଚ୍ଛତା ରକ୍ଷା କରିବା ପାଇଁ ସଂକ୍ରମଣର ଆଶଙ୍କାକୁ କମ୍ କରାଯାଇ ପାରିବ ।
  • ସୀମିତ ଯୌନ ସାଥି- ଅଧିକ ଯୌନସାଥି ହେବା ଦ୍ବାରା ସଂକ୍ରମଣ ବୃଦ୍ଧି ହୋଇଥାଏ । ଯେତିକି ସାଥି ହେବେ ସେହି ଅନୁପାତରେ ସଂକ୍ରମଣ ବୃଦ୍ଧି ପାଇଥାଏ ।
  • ଟିକାକରଣ-ଏଚପିବି ଏବଂ ହେପାଟାଇଟିସ ବି ଭଳି ଟିକା ନେବା ଜରୁରୀ ଅଟେ । ଟିକା ନେବା ଦ୍ବାରା ଏହି ସଂକ୍ରମଣର ଆଶଙ୍କା କମ୍ ହୋଇଥାଏ ।

Get real time updates directly on you device, subscribe now.