fbpx

ଆସିଲା Confirmation, ରାଜଧାନୀରେ ଏହିଦିନ ବନ୍ଦ ରହିବ ସ୍କୁଲ-କଲେଜ: କାହିଁକି ଏପରି ଆଦେଶ?

Advertisement

ନୂଆଦିଲ୍ଲୀ: ରାଜଧାନୀରେ ଆସନ୍ତା ୨୨ ତାରିଖରେ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବା ନେଇ ଆଦେଶ ଜାରି ହୋଇଛି । ଏ ନେଇ ଶିକ୍ଷା ବିଭାଗ ତରଫରୁ ଆଦେଶ ଜାରି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୧ ଅପରାହ୍ନ ୨ଟାରୁ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଘୋଷଣା କରିଛି ଶିକ୍ଷା ବିଭାଗ । ଏହାସହିତ ସେପ୍ଟେମ୍ବର ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୟୁନି ଇଣ୍ଟରନେସନାଲ ଟ୍ରେଡ ଶୋ’ ହେବାକୁ ଯାଉଥିବା ବେଳେ ୨୨-୨୪ ସେପ୍ଟେମ୍ବର ମଧ୍ୟରେ ମୋଟୋ ଜିପି ରେସର ଆୟୋଜନ ମଧ୍ୟ କରାଯିବ ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଗୌତମବୁଦ୍ଧନଗର ଜିଲ୍ଲା ଅଞ୍ଚଳରେ ସକସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନେଇ ଶିକ୍ଷା ବିଭାଗ ସୂଚନା ଦେଇଛି । ତେବେ କିଛି ପ୍ରାଇଭେଟ ସ୍କୁଲ ତରଫରୁ ପିଲାମାନଙ୍କୁ ସ୍କୁଲ ବନ୍ଦ ନେଇ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଡିଏମଙ୍କ ଆଦେଶରେ ଶିକ୍ଷା ବିଭାଗ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଛି । ୟୁପି ଇଣ୍ଟରନେସନାଲ ପ୍ରଦର୍ଶନୀ ଯୋଗୁଁ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ନୋଟିସରେ ଦର୍ଶାଯାଇଛି । ନୋଏଡାରେ ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀ ଯୋଗୁଁ ରାସ୍ତାରେ ଯାନବାହନ ସଂଖ୍ୟ ବୃଦ୍ଧି ପାଇବା ସହ ଜାମ୍ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଶିକ୍ଷା ବିଭାଗ ସ୍କୁଲ-କଲେଜ ଆଦି ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ।

ସେପ୍ଟେମ୍ବର ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୟୁପି ଇଣ୍ଟରନେସନାଲ ଟ୍ରେଡ ଶୋ’ ର ଆୟୋଜନ ଗ୍ରେଟର ନୋଏଡା ଏକ୍ସପୋ ମାର୍ଟରେ ଅନୁଷ୍ଠିତ ହେବ । ଏଥିରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଲୋକ ଆସିବାକୁ ଥିବା ବେଳେ ୨୫-୩୦ ହଜାର ଗାଡ଼ି ଚଳାଚଳର ସମ୍ଭାବନା ରହିଛି । ଏହାବ୍ୟତୀତ ୨୨-୨୪ ସେପ୍ଟେମ୍ବରରେ ବୁଦ୍ଧ ଇଣ୍ଟରନେସନାଲ ସିର୍କିଟରେ ମୋଟୋ ରେସ ଜିପି ଆୟୋଜିତ ହେବ । ତେବେ ଏଥିରେ ମଧ୍ୟ ଟ୍ରାଫିକ ସମସ୍ୟା ବୃଦ୍ଧି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଆଦେଶ ଜାରି ହୋଇଛି ।

Get real time updates directly on you device, subscribe now.