fbpx

ଇନସ୍ୟୁରାନ୍ସ ପଲିସିକୁ ନେଇ ଦ୍ୱନ୍ଦରେ ଅଛନ୍ତି କି ? ଜାଣନ୍ତୁ କେଉଁ ବୟସରେ କେଉଁ ବୀମା କରିବା ଉତ୍ତମ ଅଟେ ଓ କାହିଁକି

ଓଡ଼ିଶା ଭାସ୍କର: ବୟସ ବଢ଼ିବା ସାଙ୍ଗକୁ ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇଥାଏ । ଏଭଳି ସ୍ଥିତିରେ ଉଚିତ ବୟସରେ ସଠିକ୍ ଇନସ୍ୟୁରାନ୍ସ ବା ବୀମା ପଲିସି ଚୟନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଭବିଷ୍ୟତରେ ଏହା ଆପଣଙ୍କ ସହ ପୁରା ପରିବାର ପାଇଁ ଲାଭଦାୟକ ଆଟେ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି କି ବ୍ୟକ୍ତି ଜଣଙ୍କ କେବଳ ଗୋଟିଏ ବୀମା ପଲିସି ଉପରେ ହିଁ ନିର୍ଭର କରିଥାନ୍ତି । ଏପରି କରନ୍ତୁ ନାହିଁ । ସମୟ ସହ ବୀମା ପଲିସିରେ ପରିବର୍ତ୍ତନ ଆବଶ୍ୟକ । ତେଣୁ ବିଭିନ୍ନ ଆୟୁ ବର୍ଗ ଅନୁଯାୟୀ ଇନସ୍ୟୁରାନ୍ସ ଚୟନ କରିବା ଜରୁରୀ ଅଟେ ।

ଆଜିକାଲି ଇନସ୍ୟୁରାନ୍ସ ପଲିସି ଏକ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହା ଆପଣଙ୍କ ସହ ପରିବାରର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରଖିଥାଏ ।

୧. ୨୦ରୁ ୨୫ ବର୍ଷ ଯୁବାବର୍ଗ: ଏହି ଆୟୁ ମଧ୍ୟରେ ଅଧିକାଂଶ ଯୁବାବର୍ଗ ଚାକିରି/ ଆତ୍ମନିର୍ଭରଶୀଳ ହୋଇଥାନ୍ତି । ସେମାନଙ୍କ କ୍ୟାରିୟର ପ୍ରାରମ୍ଭରେ ଆର୍ଥିକ ବୋଝ ବହୁତ କମ୍ ଥାଏ । ତେଣୁ ପ୍ରଥମେ ସ୍ୱାସ୍ଥ୍ୟ ବୀମା କରାଇ ନିଅନ୍ତୁ । କୌଣସି ପ୍ରକାର disability ବୀମା କିମ୍ବା ପର୍ସନାଲ ଆକ୍ସିଡେଣ୍ଟ ବୀମା ମଧ୍ୟ ସାମିଲ ଅଛି ।

୨. ୨୫ରୁ ୪୦ ବୟସ୍କ ବ୍ୟକ୍ତି: ଏହି ବୟସ ସୀମା ମଧ୍ୟରେ ବିବାହ ଏବଂ ପାରିବାରିକ ବୋଝ ବଢ଼ିଯାଏ । ତେଣୁ ଭାବିଚିନ୍ତି ବୀମା ବିଷୟରେ ନିଷ୍ପତ୍ତି ନିଅନ୍ତୁ । ଏହି ସମୟରେ ସ୍ୱାସ୍ଥ୍ୟ ବୀମା ସହ ଟର୍ମ ପ୍ଲାନ୍ ଜରୁରୀ ଅଟେ । ହୋମ୍ ଲୋନ୍ ନେଇଥିଲେ ଏହାକୁ କଭର କରିବା ପାଇଁ କୌଣସି ଇନସ୍ୟୁରାନ୍ସ ପ୍ଲାନ୍ ନେଇପାରନ୍ତି ।

୩. ୪୦ରୁ ୫୫ ବୟସ୍କ ବ୍ୟକ୍ତି: ଏହି ବୟସରେ ପିଲାଙ୍କ ପଢ଼ା ଖର୍ଚ୍ଚ ସହ ବିବାହ ଖର୍ଚ୍ଚ ମୁଣ୍ଡ ଟେକି ଥାଏ । ପେନସନ୍ ପ୍ଲାନିଂ, ମେଡିକାଲ ଇନସ୍ୟୁରାନ୍ସ, ଟର୍ମ ଇନସ୍ୟୁରାନ୍ସ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

Get real time updates directly on you device, subscribe now.