ୟୁପିଏ ବେଳେ ଅଫଜଲ ଗୁରୁ ପାଇଥିଲେ ଫାଶୀ, ଏବେ କଂଗ୍ରେସ ନେତା ପଛଘୁଞ୍ଚା ଦେଉଛନ୍ତି ଆତଙ୍କୀ କହିବାକୁ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଅଫଜଲ ଗୁରୁ । ଆତଙ୍କୀ ଲିଙ୍କ ପାଇଁ ଫାସି ପାଇଥିବା ଅଫଜଲ ଗୁରୁଙ୍କୁ କଂଗ୍ରେସ ସରକାର ସମୟରେ ଫାଶୀ ଦିଆଯାଇଥିଲା । ହେଲେ ଏବେ ସେହି କଂଗ୍ରେସର ନେତା ତଥା ତକ୍ରାଳୀନ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ ଅଫଜଲକୁ ଆତଙ୍କୀ କହିବାକୁ ପଛାଉଛନ୍ତି । ସବୁ ଦୋଷ ସୁପ୍ରିମ କୋର୍ଟଙ୍କ ମୁଣ୍ଡରେ ଲଦି ନିଜ ପଲା ଛାଡୁଛନ୍ତି ସିନ୍ଦେ ।

କଂଗ୍ରେସର ଦିଗଜ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ ତାଙ୍କ ପୁସ୍ତକରେ ଲେଖିଛନ୍ତି କି, ଶେଷ ସମୟରେ ଅଫଜଲଙ୍କୁ ତାଙ୍କ ପରିବାର ସହ ଦେଖାକରିବାକୁ ଦିଆଯାଉନଥିଲା । ଏକ ଟିଭି ଇଣ୍ଟର୍ଭ୍ୟୁରେ ସେ କହିଛନ୍ତି, ଆଗରୁ ଅନେକ ଥର ସେ ନିଜ ପରିବାର ସହ ସାକ୍ଷାତ କରିଛନ୍ତି । କିନ୍ତୁ ଶେଷ ସମୟରେ ତାଙ୍କୁ ପରିବାର ସହ ଦେଖା କରିବାକୁ ଦିଆଗଲାନି । ସେ ଭେଟିବାକୁ ଚାହୁଁଥିଲେ ମଧ୍ୟ ଡେରିରେ ଏହି ଖବର ପରିବାର ପାଖରେ ପହଞ୍ଚୁଥିଲା । ଏହାକୁ ନେଇ ସେ କହିଛନ୍ତି, ମୁଁ ଗୃହ ମନ୍ତ୍ରୀ ଥିବାରୁ ଏସବୁ ତ ମୁଁ ବୁଝୁନଥିଲି । ତଳେ ଥିବା ବ୍ୟକ୍ତି ବିଶେଷ ଏହାର ତଦାରଖ କରୁଥିଲେ ।

ଗୁରୁଙ୍କ ଫାଶୀକୁ ନେଇ ସିନ୍ଦେଙ୍କ ପୁସ୍ତକରେ ଲେଖାଅଛି, ସେ କେବଳ ସୁପ୍ରିମକୋର୍ଟଙ୍କ ଆଦେଶର ଅନୁପାଳନ କରିଛନ୍ତି । ଏହାକୁ ନେଇ ଇଣ୍ଟରଭ୍ୟୁ ପ୍ରଶ୍ନରେ ସେ କହିଥିଲେ କି, ମୁଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରିଥିଲି । ମନ୍ତ୍ରୀଭାବେ ସେତିକି କରିବାର ଥିଲା । ଯେତେବେଳେ ସାମ୍ବାଦିକ ପ୍ରଶ୍ନ କଲେ କି, ଅଫଜଲ ଗୁରୁ ଆତଙ୍କୀ ଥିଲେ କି ନାହିଁ? ସେ ପୁଣି ପୁରୁଣା ଉତ୍ତର ଦୋହରାଇଥିଲୋ କୋର୍ଟ ଯାହା ନିଷ୍ପତ୍ତି ନେଇଥିଲେ, ତାର ଅନୁପାଳନ ମୋର ଦାୟିତ୍ୱ ଥିଲା । ସୁପ୍ରିମ କୋର୍ଟ ତାଙ୍କୁ ଆତଙ୍କୀ ମାନି ଫାଶୀ ଦେଇଥିଲା ।

ଆଗକୁ ସିନ୍ଦେ କହିଥିଲେ କି, ମୋ ମୁହଁରୁ ଏମିତି କଥା ବାହାର କରନ୍ତୁ ନାହିଁ, ଯାହାର ଭୁଲ ବ୍ୟାଖ୍ୟା ହେବ । ସୁଶୀଲ କୁମାର ସାକ୍ଷାତକାରରେ ସବୁ ପାଇଁ ସୁପ୍ରିମ କୋର୍ଟଙ୍କ ମୁଣ୍ଡରେ ଦୋଷ ଲଦିବାକୁ ନେଇ ବିଜେପି କଂଗ୍ରେସକୁ ଘେରିଛି । ବହୁ ସମୟରେ ସିନ୍ଦେ ଅଫଜଲକୁ ଆତଙ୍କୀ କହିବାକୁ ପଛଘୁଞ୍ଚା ଦେଇଥିଲେ । ଏହା କଂଗ୍ରେସର ପ୍ରକୃତ ଚେହେରା । ଏହାକୁ ନେଇ ସୋସିଆଲ ମିଡିଆରେ ସିନ୍ଦେଙ୍କ ଏହି ଦୃଷ୍ଟିଭଙ୍ଗୀ ଉପରେ ଅନେକ ପ୍ରତିକ୍ରିୟା ଆସୁଛି ।

Get real time updates directly on you device, subscribe now.