fbpx

ଗୋଆରେ ମୋଟ ୪୦ଟି ସିଟରୁ ୨୦ଟିରେ ଆଗରେ କଂଗ୍ରେସ

ନୂଆଦିଲ୍ଲୀ: ଆଜି ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ତେବେ ଏହି ଗଣତି ମଧ୍ୟରେ ଗୋଆରେ ୨୦ଟି ସିଟରେ କଂଗ୍ରେସ ଆଗରେ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଶାସନରେ ଥିବା ବିଜେପି ୧୬ଟି ସିଟରେ ଆଗରେ ରହିଛି । ରାଜ୍ୟରେ ସରକାର ଗଠନ କରିବା ପାଇଁ ୨୧ଟି ସିଟରେ ବହୁମତର ଆବଶ୍ୟକତା ରହିଥିବା ବେଳେ କିଏ ଆଗରେ ରହୁଛି ତା’ ଉପରେ ଜନତାଙ୍କ ଫୋକସ ରହିଛି । ରାଜ୍ୟରେ ମୋଟ ବିଧାନସଭା ସିଟ ସଂଖ୍ୟା ୪୦ ରହିଥିବା ବେଳେ ସକାଳ ୮ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଏକଜିଟ୍ ପୋଲ ସର୍ଭେ ରିପୋର୍ଟ ଆସିଥିଲା ।

Get real time updates directly on you device, subscribe now.