fbpx

ଜଲନ୍ଧର ପଶ୍ଚିମ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ, ଆପ୍‌- ବିଜେପି ଏହି ପ୍ରାର୍ଥୀଙ୍କ ଉପରେ ଲଗାଇଛନ୍ତି ବାଜି

Advertisement

ଚଣ୍ଡିଗଡ଼: ପଞ୍ଜାବରେ ଜଲନ୍ଧର ପଶ୍ଚିମ(ସଂରକ୍ଷିତ) ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଛି । ବୁଧବାର କଂଗ୍ରେସ ୪ ଥର କାଉନସିଲର ତଥା ପୂର୍ବତନ ବରିଷ୍ଠ ଡେପୁଟି ମେୟର ସୁରିନ୍ଦର କୌରଙ୍କୁ ଏହାର ପ୍ରାର୍ଥୀ ଘୋଷଣା କରିଛି । ଏହା ପୂର୍ବରୁ ଆପ୍ ଏବଂ ବିଜେପି ମଧ୍ୟ ନିଜ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ।

ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ପ୍ରତାପ ସିଂହ ବାଜୱା ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ସୁରିନ୍ଦର କୌରଙ୍କୁ ଜଳନ୍ଧରର ଉପ ନିର୍ବାଚନ ପାଇଁ ଅଭିନନ୍ଦନ । କଂଗ୍ରେସର ସମସ୍ତ କାର୍ଯ୍ୟକତ୍ତା ଏବଂ ନେତା ଏକାଠି ହୋଇ କାର୍ଯ୍ୟ କରିବେ ବୋଲି ମୋର ବିଶ୍ୱାସ । ଏହି ଉପନିର୍ବାଚନ ପାଇଁ ମୁଁ ଜଳନ୍ଧରରେ ଡେରା ପକାଇବି ଏବଂ ତାଙ୍କ ବିଜୟ ପାଇଁ ସମସ୍ତ ସମ୍ଭବ ପ୍ରୟାସ ସୁନିଶ୍ଚିତ କରିବି ।’ ଅପରପକ୍ଷରେ ଜଲନ୍ଧର ପଶ୍ଚିମ(ସଂରକ୍ଷିତ) ବିଧାନସଭା ଆସନ ପାଇଁ ଆପ୍ ମୋହିନ୍ଦର ଭଗତ ଏବଂ ବିଜେପି ଶୀତଳ ଅଙ୍ଗୁରାଲଙ୍କୁ ଉପନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛି ।

Get real time updates directly on you device, subscribe now.