fbpx

ପୌର ନିର୍ବାଚନ ୨୦୨୨: ଭୁବନେଶ୍ୱର ମହାନଗର ନିଗମ ପାଇଁ ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ; ଜାଣନ୍ତୁ କାହାକୁ ମିଳିଲା ଟିକେଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ଏବେ ବାଜିଛି ପୌର ନିର୍ବାଚନ ବିଗୁଲ୍ । ୨ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ । ସେପଟେ ଟିକେଟ ପାଇଁ ଦଳରେ ଜାରି ରହିଛି କସରତ । କେଉଁ ଦଳ କାହାକୁ ଟିକେଟ ଦେବ ସେନେଇ ଲାଗିରହିଛି ଉକ୍ରଣ୍ଠା ।

ଏହାରି ମଧ୍ୟରେ ଶୁକ୍ରବାର କଂଗ୍ରେସ ଭୁବନେଶ୍ୱର ମେୟର ପଦବୀ ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଥିବାବେଳେ । ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ ୩୦ କର୍ପୋାରେଟଙ୍କର ନାମ ଘୋଷଣା କରିଛି ।

୧. କାଜଲ ମଣ୍ଡଳ ୱାର୍ଡ ନଂ ୧
୨. ସୁକାନ୍ତି ଜେନା ୱାର୍ଡ ନଂ ୩
୩. ପ୍ରଦୀପ କୁମାର ପଟ୍ଟନାୟକ ୱାର୍ଡ ନଂ ୪
୪. ସୁଜିତ କୁମାର ସାହୁ ୱାର୍ଡ ନଂ ୬
୫. ମନୋଜ କୁମାର ମହାପାତ୍ର ୱାର୍ଡ ନଂ ୭
୬. ଶ୍ରୀଧର ବଳିଆର ସିଂ ୱାର୍ଡ ନଂ ୧୦
୭. ଶୈଳବାଳା ମହାପାତ୍ର ୱାର୍ଡ ନଂ ୧୩
୮. ସୁପ୍ରିୟା ମହାପାତ୍ର ୱାର୍ଡ ନଂ ୧୪
୯. ଲିପ୍ସା ମହାନ୍ତି ୱାର୍ଡ ନଂ ୧୫
୧୦. ନଗମା ଖାତୁନ ୱାର୍ଡ ନଂ ୧୬
୧୧. ନିବାସ କୁମାର ଭୋଇ ୱାର୍ଡ ନଂ ୧୮
୧୨. ମଂଟୁ ମଲ୍ଲିକ ୱାର୍ଡ ନଂ ୨୪
୧୩. ପବିତ୍ର ଦାସ ୱାର୍ଡ ନଂ ୨୫
୧୪. ପଦ୍ମିନୀ ମାରାଣ୍ଡି ୱାର୍ଡ ନଂ ୨୬
୧୫. ଅନିଲ କୁମାର ଦାସ ୱାର୍ଡ ନଂ ୨୭
୧୬. ଅଞ୍ଜଳି ସାହୁ ୱାର୍ଡ ନଂ ୨୮
୧୭. ସ୍ମୃତି ରଞ୍ଜନ ତ୍ରିପାଠୀ ୱାର୍ଡ ନଂ ୩୦
୧୮. ମମତା ମଲ୍ଲିକ ୱାର୍ଡ ନଂ ୩୫
୧୯. ଲିଜା ମହାନ୍ତି ୱାର୍ଡ ନଂ ୩୯
୨୦. ପ୍ରତିମା ମହାନ୍ତି ୱାର୍ଡ ନଂ ୪୧
୨୧. ପ୍ରଭାତ କୁମାର ପ୍ରତାପ ସିଂ ୱାର୍ଡ ନଂ ୪୪
୨୨. ବିଭୁ ପ୍ରସାଦ ଜେନା ୱାର୍ଡ ନଂ ୫୦
୨୩. ନିବାସୀ ଦେଇ ୱାର୍ଡ ନଂ ୫୩
୨୪. ପୁଷ୍ପିତା ଦାସ ୱାର୍ଡ ନଂ ୫୪
୨୫. ସଂଜୟ କୁମାର ପରିଡ଼ା ୱାର୍ଡ ନଂ ୫୬
୨୬. ମିହିର ରଞ୍ଜନ ଆଚାର୍ଯ୍ୟ ୱାର୍ଡ ନଂ ୫୭
୨୭. ଦେବୀ ପ୍ରସାଦ ସ୍ୱାଇଁ ୱାର୍ଡ ନଂ ୫୯
୨୮. ନାରାୟଣ ଜେନା ୱାର୍ଡ ନଂ ୬୧
୨୯. ନିତିଶା ମହାନ୍ତି ୱାର୍ଡ ନଂ ୬୩
୩୦. ଶିବାନୀ ଶିବଦର୍ଶିନୀ ମହାନ୍ତି ୱାର୍ଡ ନଂ ୬୭

ଆଜିର ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ,ଏକାମ୍ର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥିନି ଶ୍ରୀମତୀ ରଶ୍ମି ମହାପାତ୍ର,ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ,ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାଶ,ପିସିସି ସମ୍ପାଦକ ସୁବ୍ରତ ମହାପାତ୍ର,ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି,ଭୁବନେଶ୍ୱର ବ୍ଲକ ସଭାପତି ଶ୍ରୀ ଅଶୋକ ଦାଶ ପ୍ରମୁଖ ଉପସ୍ଥିତିରେ ଭୁବନେଶ୍ୱର ମେୟର ପାର୍ଥି ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛନ୍ତି।ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ ୩୦ ଟି କର୍ପୋରେଟର ଙ୍କ ନାମ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଘୋଷଣା କରିଛନ୍ତି।

Get real time updates directly on you device, subscribe now.