Breaking: ଆତଙ୍କବାଦ ବିରୋଧରେ ଆମେ ସରକାରଙ୍କ ସହ ଏକ ହୋଇ ଲଢ଼େଇ କରିବୁ କହିଲେ ଖାର୍ଗେ

ନୂଆଦିଲ୍ଲୀ: ଭାଜପା ସରକାରକୁ ସମ୍ପୂର୍ଣ୍ଣ ସହମତି ପରେ କଂଗ୍ରେସ ପକ୍ଷରୁ ଆଜି ଦିଲ୍ଲୀରେ ବସିଛି ସିଡବ୍ଲ୍ୟୁସି (କଂଗ୍ରେସ ୱାର୍କିଂ କମିଟି) ବୈଠକ ।

ବୈଠକରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତା ସାମିଲ ଅଛନ୍ତି ।

ବୈଠକରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା ହେବା ସହ ଦଳ ପକ୍ଷରୁ ବଡ଼ ନିଷ୍ପତ୍ତି ନେବାର ଆଶଙ୍କା ରହିଛି ।

ବେଙ୍ଗାଲୁରୁରେ ଏକ ପ୍ରେସ୍ କନଫରେନ୍ସରେ ଯୋଗ ଦେଇ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ସରକାରଙ୍କୁ ସମ୍ପୂର୍ଣ୍ଣ ସହମତି ଆମ ପକ୍ଷରୁ ରହିଛି । ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ପଲିଟିକ୍ସ କରିବା ଉଚିତ୍ ନୁହେଁ ।

ବର୍ତ୍ତମାନ ସମୟ ମୃତ ପରିବାରକୁ ନ୍ୟାୟ ଦେବା । ଜମ୍ମୁ-କଶ୍ୀମର ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଉଚିତ୍ ଦେବାକୁ ପଡ଼ିବ । ବର୍ତ୍ତମାନ ପରିସ୍ଥିତିରେ ଆମେ ସମସ୍ତେ ଏକ ଏବଂ ଏକାଠି ଏହାର ଲଢ଼େଇ କରିବୁ ।