fbpx

Big Breaking; କଂଗ୍ରେସର ପ୍ରାର୍ଥୀ ଘୋଷଣା: ନିର୍ବାଚନରେ ୯ ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଉ ୯ଟି ଲୋକସଭା ପ୍ରାର୍ଥୀଙ୍କ ନାମରେ ମୋହର ମାରିଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ ଭାବରେ କଂଗ୍ରେସ ଦାୟିତ୍ୱ ଦେଇଛି । ସେହିପରି ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ ପ୍ରାର୍ଥୀ ଭାବରେ ନିର୍ବାଚନକୁ ଓହ୍ଲାଉଥିବା ବେଳେ ଯାଜପୁରରୁ ଅଞ୍ଚଳ ଦାସ ଏବଂ ଢେଙ୍କାନାଳରୁ ସସ୍ମିତା ବେହେରା ଟିକେଟ ପ୍ରଦାନ କରାଯାଇଛି । ସେହିପରି ଭୁବନେଶ୍ୱରରୁ ୟାସିର ନୱାଜ କଂଗ୍ରେସର ମଙ୍ଗ ଧରିଛନ୍ତି ଏବଂ ପୁରୀରୁ ନିର୍ବାଚନ ଲଢିବେ ନାରୀ ନେତ୍ରୀ ସୁଚରିତା ମହାନ୍ତି ।

ଏହାବ୍ୟତୀତ କେନ୍ଦୁଝରରୁ ଲୋକସଭା ପ୍ରାର୍ଥୀ ଭାବରେ ମୋହନ ହେମ୍ବ୍ରମଙ୍କ ନାଁରେ କଂଗ୍ରେସ ମୋହର ମାରିଛି । ସେହିପରି କେନ୍ଦ୍ରାପଡ଼ାରେ ସିଦ୍ଧାର୍ଥ ସ୍ୱରୂପ ଦାସ ଏବଂ ଜଗତସିଂହପୁର ପାଇଁ ରବିନ୍ଦ୍ର କୁମାର ସେଠୀ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନରେ କଂଗ୍ରେସର ସାରଥୀ ସାଜିଛନ୍ତି । ତେବେ ଓଡ଼ିଶାର ୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ହିମାଚଳ ପ୍ରଦେଶ(୨), ଗୁଜୁରାଟ(୪) ଏବଂ ଚଣ୍ଡୀଗଡ଼ର ଗୋଟିଏ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଅନ୍ୟ ପକ୍ଷରେ ଗୁଜୁରାଟର ୫ଟି ଆନରେ ବାଇ-ଇଲେକ୍ସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ଯାଇଛି ।

Get real time updates directly on you device, subscribe now.