fbpx

ଷ୍ଟେଜ୍ ଉପରେ କଂଗ୍ରେସ ନେତାଙ୍କ ଗଣ୍ଡୋଗୋଳ, ଭିଡିଓ ଭାଇରାଲ

Advertisement

ଛତିଶଗଡ଼: ପୁଣି ପଦାରେ ପଡ଼ିଲା କଂଗ୍ରେସର ଗୋଷ୍ଠୀକନ୍ଦଳ । ସଭା ମଞ୍ଚରେ ଭାଷଣ ଦେଉଥିବା ସମୟରେ ଠେଲିଦେଲେ କର୍ମୀ । ରବିବାର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ଜଶପୁରରେ କଂଗ୍ରେସର ଏକ ଦଳୀୟ କାର୍ଯ୍ୟକ୍ରମରେ । ଯେଉଁଠାରେ ଟିଏସ ସିଂହଦେଓଙ୍କ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ସମର୍ଥକମାନେ ଷ୍ଟେଜରୁ ଧକ୍କା ମାରି ବାହାର କରିଛନ୍ତି । ଆଉ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି  ।

ସୂଚନା ଅନୁଯାୟୀ, ଜଶପୁରଠାରେ କଂଗ୍ରେସ କର୍ମୀଙ୍କ ଏକ ସମ୍ମିଳନୀ ଚାଲିଥିଲା । ପୂର୍ବତନ ଜିଲ୍ଲା ସଭାପତି ପବନ ଅଗ୍ରୱାଲ ମଞ୍ଚରେ ଭାଷଣ ଦେଉଥିଲେ । ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ଯେତେବେଳେ ସେ ଟିଏସ ସିଂହଦେଓଙ୍କୁ ସମର୍ଥନ ବିଷୟରେ କହିବାକୁ ଆରମ୍ଭ କରିଥିଲେ ଏଥିରେ ଉତ୍ତେଜିତ ହୋଇ ମୁଖ୍ୟମନ୍ତ୍ରୀ ବଘେଲଙ୍କ ସମର୍ଥକ କର୍ମୀ ଏବଂ ନେତା ତାଙ୍କୁ ରୋକିବା ସହ ଠେଲିଥିଲେ । ଏହି ସମୟରେ ଅନେକ କର୍ମୀ ଷ୍ଟେଜ ଉପରକୁ ଆସିଥିଲେ ଏବଂ ଗଣ୍ଡୋଗୋଳ କରିଥିଲେ ।

Get real time updates directly on you device, subscribe now.