କୋଲକାତା : ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତୀ । ଟିଏମସି ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ହେଲେ ସବୁଥର ପରି ଟିଏମସି ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ଫଳାଫଳ ଅନୁସାରେ ଟିଏମସି ନିଜ ଜିତ୍ ପକ୍କା କରିବ ବୋଲି ଆଶା ରହିଛି । ଟିଏମସି ୨୦୫ ସିଟ୍ ରେ ଆଗରେ ରହିଥିବା ବେଳେ ବିଜେପି ୮୪ ସିଟ୍ ହାତେଇ ପାରିଛି । ହେଲେ କଂଗ୍ରେସ ଏଠାରେ ସମ୍ପୂର୍ଣ୍ଣ ତଳିତଳାନ୍ତ ହୋଇଯାଇଛି । ମାତ୍ର ଗୋଟିଏ ସିଟ୍ ଜିତିପାରିଛି । ଯାହା ପରେ କଂଗ୍ରେସ ପଶ୍ଚିମବଙ୍ଗ ନିର୍ବାଚନୀ ରେସ୍ ରେ କଇଁଚ ପାଲଟିଯାଇଛି । ୨୦୧୬ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୪ ଟି ସିଟ୍ ହାତେଇଥିବା ବେଳେ ବର୍ତ୍ତମାନ ତଥା ଚଳିତ ନିର୍ବାଚନରେ କଂଗ୍ରେସର ସମ୍ପୂର୍ଣ୍ଣ ପତନ ହୋଇଯାଇଛି । ମାତ୍ର ଗୋଟିଏ ସିଟ୍ ହାତେଇପାରିଛି । ପଶ୍ଚିମବଙ୍ଗରେ କଂଗ୍ରେସର ପତନ ବିଷୟରେ ଏ ପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି ।
Next Post