fbpx
BSKY SKY
BSKY SKY

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା, ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରି ଦିଆଯାଇଛି

BSKY

ନୂଆଦିଲ୍ଲୀ: କଂଗ୍ରେସ ସହ ଜଡିତ ସମସ୍ତ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରିଦିଆଯାଇଛି । ଦଳର ବରିଷ୍ଠ ନେତା ଅଜୟ ମାକନ ଦାବୀ କରିଛନ୍ତି କି ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବାରୁ କର୍ମଚାରୀଙ୍କୁ ଦରମା ଦେଇହେଉ ନାହିଁ କି ନା କୌଣସି ବିଲ୍ ପଇଠ କରିହେଉ ନାହିଁ । ମାକନ ଅଭିଯୋଗ କରିଛନ୍ତି କି କଂଗ୍ରେସ ସହିତ ଯୁବ କଂଗ୍ରେସର ଆକାଉଣ୍ଟ ବି ଫ୍ରିଜ୍ କରିଦିଆଯାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ ମାକନ ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦେଶରେ ଏବେ ତାଲାବନ୍ଦୀ ପରି ପରିସ୍ଥିତି ହୋଇଯାଇଛି । ଗଣତନ୍ତ୍ରକୁ ଫ୍ରିଜ୍ କରିଦିଆଯାଇଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାକୁ ଆଉ ମାତ୍ର କିଛି ସପ୍ତାହ ହିଁ ରହିଯାଇଛି । ଏପରି ସ୍ଥିତିରେ ଏ ପଦକ୍ଷେପ ନେଇ ସରକାର କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ମାକନ କହିଛନ୍ତି । ଦେଶର ଏକ ପ୍ରମୁଖ ଦଳର ଆକାଉଣ୍ଟ ଫ୍ରିଜ୍ କରିଦିଆଯାଇଛି । ଆୟକର ବିଭାଗ ୨୧୦ କୋଟି ଟଙ୍କା ପଇଠ କରିବାକୁ ଦାବୀ କରିଛି ।

ମାକନ କହିଛନ୍ତି ୨୦୧୮-୧୯ ଇନକମ୍ ଟ୍ୟାକ୍ସ ଫାଇଲିଂକୁ ଆଧାର କରି କୋଟି କୋଟି ଟଙ୍କା ଦାବୀ କରାଯାଉଛି । ଏହାଠାରୁ ବଡ ଲଜ୍ଜାର କଥା ଆଉ କିଛି ନାହିଁ ବୋଲି ସେ କହିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ । ନିର୍ବାଚନ ପୂର୍ବରୁ ଆମର ଆକାଉଣ୍ଟ ଫ୍ରିଜ୍ କରି ଦିଆଯାଇଛି । କଂଗ୍ରେସ ପାର୍ଟି ମେମ୍ବରସିପ୍ ଡ୍ରାଇଭ୍ ଜରିଆରେ ୟୁଥ କଂଗ୍ରେସ ଠାରୁ ପଇସା ଜମା କରିଥାଏ ଯାହାକୁ ବି ଫ୍ରିଜ୍ କରିଦିଆଯାଇଛି ।

ମାକନ କହିଛନ୍ତି ପାର୍ଟିକୁ ଆଇଟି ରିଟର୍ଣ୍ଣ ଫାଇଲ୍ କରିବାରେ ବିଳମ୍ବ ହୋଇଯାଇଥିଲା । କିନ୍ତୁ ୪୫ ଦିନ ଅଧିକ ସମୟ ଦିଆଯାଇଥିଲା । ଏହାର ଅର୍ଥ ନୁହେଁ କି ଖାତା ଫ୍ରିଜ୍ କରିଦିଆଯିବ । ଏହାଦ୍ୱାରା ଆମର ସବୁକିଛି ପ୍ରଭାବିତ ହୋଇଛଇ । ବିଜୁଳି ବିଲ୍ ଭରିବା, କର୍ମଚାରୀଙ୍କୁ ଦରମା ଦେବାରେ ସମସ୍ୟା ହେବା ସହ ଆମେ ବ୍ୟାଙ୍କରେ ପଇସା ଜମା କରିପାରୁ ନାହୁଁ କି ପଇସା ଉଠାଇ ପାରୁନାହୁଁ ।

Get real time updates directly on you device, subscribe now.