fbpx

ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

Advertisement

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନକୁ ନେଇ ଚଳଚଞ୍ଚଳ ରାଜନୈତିକ ମାହୋଲ । ପ୍ରଚାରରେ କମ୍ପୁଛି ପଲ୍ଲିରୁ ସହର । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଜାରି ରହିଛି କସରତ । ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିବା ପାଇଁ ରାଜ୍ୟକୁ ଛଟୁଛି କେନ୍ଦ୍ର ନେତୃ ମଣ୍ଡଳୀଙ୍କ ସୁଅ । ଏଥିମଧ୍ୟରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆସନ୍ତା ମେ ୨୬, ୨୭ ଓ ୨୮ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଅଜୟ କୁମାର ।

ସୂଚନାଯୋଗ୍ୟ ଗତ ୧୫ ତାରିଖରେ ରାହୁଲ ଗାନ୍ଧୀ ବଲାଙ୍ଗିର ଗସ୍ତରେ ଆସି ସ୍ଥାନୀୟ କଳାମଣ୍ଡଳ ପଡ଼ିଆ ଠାରେ ସାଧାରଣ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଏହି ସଭାରେ ସେ କେନ୍ଦ୍ର ଉପରେ ବର୍ଷିଥିଲେ । ବର୍ତ୍ତମାନ ରାହୁଲଙ୍କ ଗସ୍ତକୁ ନେଇ ପୁଣି ଥରେ ଚର୍ଚ୍ଚା ଲାଗି ରହିଛି । ତେବେ ରାହୁଲ ଓ ଖଡ଼ଗେଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Get real time updates directly on you device, subscribe now.