କଂଗ୍ରେସ ପ୍ରବକ୍ତା ରୋହିତ ଶର୍ମାଙ୍କୁ କହିଲେ ‘ମୋଟା’, ବିଜେପି କହିଲା- ‘ଏହା ବଡି ସେମିଙ୍ଗ’
କଂଗ୍ରେସ ପ୍ରବକ୍ତା ରୋହିତ ସର୍ମାଙ୍କ ମୋଟାପଣର ଉଡାଇଲେ ମଜା, ରାଗିଗଲା ବିଜେପି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପ୍ରବେଶ କରିସାରିଛି।
ଭାରତ ଗ୍ରୁପ ଷ୍ଟେଜରେ ବାଂଲାଦେଶ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡକୁ ହରାଇ ନିଜର ସମସ୍ତ ୩ଟି ମ୍ୟାଚ ଜିତିସାରିଛି। କଂଗ୍ରେସ ପାର୍ଟିର ପ୍ରବକ୍ତା ଶାମା ମହମ୍ମଦ ରୋହିତ ଶର୍ମାଙ୍କୁ ନେଇ ଏପରି କିଛି ବିବୃତ୍ତି ଜାରି କରିଛନ୍ତି, ଯାହାକୁ ନେଇ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଛି।
କଂଗ୍ରେସ ପ୍ରବକ୍ତା ରୋହିତ ଶର୍ମାଙ୍କ ପାଇଁ ମୋଟା ଏବଂ ଅପ୍ରଭାବି କ୍ୟାପ୍ଟେନ କହିଛନ୍ତି। ବିଜେପି ଏହାକୁ ନେଇ ଉତ୍ତେଜିତ ହୋଇ କଂଗ୍ରେସ ପ୍ରବକ୍ତାଙ୍କ ଉପରେ ବଡି ସେମିଙ୍ଗ କରିବାର ଅଭିଯୋଗ ଲଗାଇଛନ୍ତି।
କ’ଣ କହିଲେ କଂଗ୍ରେସ ପ୍ରବକ୍ତା: କଂଗ୍ରେସ ପ୍ରବକ୍ତା ଶମା ମୋହମ୍ମଦ ରୋହିତ ଶର୍ମାଙ୍କୁ ନେଇ ଏକ୍ସରେ ଲେଖିଛନ୍ତି, “ରୋହିତ ଶର୍ମା ଏକ ଖେଳାଳି ବାବେ ମୋଟା। ସେ ଓଜନ କମାଇବା ଆବଶ୍ୟକ।” ସେ ଆହୁରି କହିଛନ୍ତି ଯେ, ରୋହିତ ଶର୍ମା ନିଃସନ୍ଦେହରେ ଭାରତର ଏପର୍ଯ୍ୟନ୍ତ ସବୁଠୁ ଅପ୍ରଭାବି କ୍ୟାପ୍ଟେନ।
ବିଜେପିର ବଡି ସେମିଙ୍ଗ ଅଭିଯୋଗ: କଂଗ୍ରେସର ପ୍ରବକ୍ତାଙ୍କ ଦ୍ୱାରା ରୋହିତ ଶର୍ମାଙ୍କ ଅପମାନକୁ ନେଇ ବିଜେପି ଉତ୍ତେଜିତ ହୋଇଛି। ବିଜେପିର ମହିଳା ନେତା ରାଧିକା ଖେଡ଼ା ଲେଖିଛନ୍ତି ଯେ, କଂଗ୍ରେସ ପ୍ରବକ୍ତାଙ୍କ ଦ୍ୱାରା ରୋହିତ ଶର୍ମାଙ୍କ ବଡି ସେମିଂ କରିବା ଦୁଃସାହସ। ଏହି କଂଗ୍ରେସ ଦଶନ୍ଧି ଧରି ଖେଳାଳିମାନଙ୍କ ଅପମାନ କରିଆସିଛି।
ରାଧିକା ଆହୁରି ଲେଖିଛନ୍ତି ଯେ,ରୋହିତ ଶର୍ମା ବିଶ୍ୱ କପ ବିଜେତା କ୍ୟାପ୍ଟେନ ଅଟନ୍ତି। ଆପଣଙ୍କ ନେତା ରାହୁଲ ଗାନ୍ଧୀ ନିଜର ହିଁ ପାର୍ଟୀକୁ ନିଜ ଅଧିନାୟକତ୍ୱରେ ପାରିଚାଳନା କରିପାରୁ ନାହାନ୍ତି।