fbpx

ବିଜେପି ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକ ରାକ୍ଷସ ପ୍ରବୃତ୍ତିର; କଂଗ୍ରେସ ରାଜ୍ୟସଭା ସାଂସଦ

ଓଡିଶା ଭାସ୍କର; କଂଗ୍ରେସ ରାଜ୍ୟସଭା ସାଂସଦ ରଣଦୀପ ସୁରଜେୱାଲାଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଦେଖିବାକୁ ମିଳିଛି । ହରିୟାଣାରେ କୈଥଲରେ ଏକ ଆୟୋଜିତ ସଭାକୁ ସମ୍ବୋଧନ ଦେଉଥିଲେ ସୁରଜେୱାଲା । ଏହି ପରିପ୍ରେକ୍ଷୀରେ ସେ ବେରୋଜଗାର ସମସ୍ୟାକୁ ନେଇ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ସମାଲୋଚନା କରିଥିଲେ । ହେଲେ ଚର୍ଚ୍ଚାର ବିଷୟ ଯେ, ‘ଯେଉଁମାନେ ବିଜେପିକୁ ଭୋଟ୍ ଦିଅନ୍ତି ଏବଂ ସେମାନଙ୍କୁ ସମର୍ଥନ କରନ୍ତି ସେମାନେ ରାକ୍ଷସ ପ୍ରବୃତ୍ତିର’ ବୋଲି ସେ କହିଛନ୍ତି । ମୁଁ ସେମାନଙ୍କୁ ମହାଭାରତ ଦେଶରୁ ଅଭିଶାପ ଦେଉଛି।

ସେପଟେ ସୁରଜେୱାଲାଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି ଯେ, “ରାଜକୁମାରଙ୍କୁ ବାରମ୍ବାର ଲଞ୍ଚ କରିବାରେ ବିଫଳ ହୋଇଥିବା କଂଗ୍ରେସ ଦଳ ଏବେ ଜନତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିକୁ ବିରୋଧ କରିବାକୁ ଯାଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କ’ଣ କହିଛନ୍ତି ଶୁଣନ୍ତୁ । ତାଙ୍କର ଟୁଇଟରରେ ଏହି ଭିଡିଓକୁ ସେ ଅପଲୋଡ଼ ମଧ୍ୟ କରିଛନ୍ତି ।

ସେହିପରି ବିଜେପି ନେତା ଅମିତ ମାଲବିୟ ସୁରଜେୱାଲାଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଏହି ମାନସିକ ସ୍ଥିତି ହେତୁ ଦଳ ତଥା ଏହାର ନେତାମାନେ ଲୋକଙ୍କ ସମର୍ଥନ ହରାଇଛନ୍ତି।

Get real time updates directly on you device, subscribe now.