fbpx

କଂଗ୍ରେସର ପଦଯାତ୍ରା:ରାଜ୍ୟସରକାରଙ୍କ ବିଫଳତା ବଖାଣିବ କଂଗ୍ରେସ

ଭୁବନେଶ୍ୱର: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହି ନିର୍ବାଚନ ପାଇଁ ବିଜେପି ,ବିଜେଡି ଏବଂ କଂଗ୍ରେସ ତାର ସାମରସଜ୍ଜା ଆରମ୍ଭ କରି ଦେଲେଣି । ତେବେ ଏହି ପରିପ୍ରେକ୍ଷୀ ରେ
ଅଗଷ୍ଟ ୯ କ୍ରାନ୍ତି ଦିବସରୁ ରାଜ୍ୟବ୍ୟାପୀ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ । ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ନିର୍ଦେଶ ଅନୁଯାୟୀ ଏହି ପାଦ ଯାତ୍ରା ୬ଦିନ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ବିଧାନସଭା କ୍ଷେତ୍ରରେ ଚାଲିବ। ଦିନକୁ ୭୫ କି.ମିର ପଦଯାତ୍ରା ଅନୁଷ୍ଠିତ ହେବ । କଂଗ୍ରେସ ସବୁ କର୍ମୀ , ନେତୃବୃନ୍ଦ ଓ ଶୁଭେଚ୍ଛୁମାନେ ଏହି ପଦଯାତ୍ରାରେ ସାମିଲ ହେବେ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଏ ଅଭିଯାନ ଆମର । ଆମେ ଜାଣିଛୁ ବିଜେପି ଆଉ ବିଜେଡି ଏକ । ଆଉ ଦୀର୍ଘ ବର୍ଷ ହେଲାଣି ସେମାନେ ଲୋକ ମାନଙ୍କୁ କେବଳ ଠକୁଛନ୍ତି । କିନ୍ତୁ ଓଡ଼ିଶାର ଜନ ସମାଜ ଏହା ଜାଣି ସାରିଲାଣି ଏ ସରକାର କେବଳ ପ୍ରତିଶୃତି ଦିଅନ୍ତି କିନ୍ତୁ ତାକୁ କାର୍ଯ୍ୟକାରୀ କରନ୍ତି ନାହିଁ । ତେଣୁ ଆମେ ଲୋକ ମାନଙ୍କ ପାଖରେ ପହଁଚିବୁ ତାଙ୍କ ସମସ୍ୟା ସୁବିଧା ପଚାରି ବୁଝିବୁ ।

 

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ ସ୍ବାଧୀନତାର ୭୫ବର୍ଷ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଗତ ୮ବର୍ଷ ଭିତରେ କଂଗ୍ରେସ ସମୟରେ ତିଆରି ହୋଇଥିବାଜାତୀୟ ସଂପତିକୁ ମୋଦୀ ସରକାର ବିକ୍ରି କରିବା ଛଡ଼ା ଗୋଟିଏ ଜାତୀୟ ସଂପତ୍ତି ସୃଷ୍ଟି କରାଯାଇ ନାହିଁ | ଆଜି ଦେଶକୁ ଜାତି ଧର୍ମ ନାଁରେ ଭାଗ ଭାଗ କରାଯାଉଛି | ଯେଉଁ ଗାନ୍ଧୀ ଙ୍କ ନୀତି ଆଦର୍ଶ କଥା କୁହା ଯାଉଛି ବାସ୍ତବ ରେ ସେହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନିତ କରାଯାଉଛି । ଗରିବ ଲୋକଙ୍କ ଉପରେ ଟିକସ ପରେ ଟିକସ ଲଦା ଯାଉଛି । ନିଜ ଭିଟା ମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି | ବେକାରୀ ଠାରୁ ଆରମ୍ଭ କରି ଅନେକ ସମସ୍ୟା ବର୍ତ୍ତମାନ ଉପୁଜିଛି । ସେହିପରି ଓଡ଼ିଶାରେ ଦୀର୍ଘ ୨୨ବର୍ଷର ଶାସନ ଭିତରେ ରାଜ୍ୟ ଶିକ୍ଷା , ସ୍ବାସ୍ଥ୍ୟ , କୃଷି ଭଳି କ୍ଷେତ୍ରରେ ବହୁ ପଛରେ ରହିଛି । ଡାକ୍ତରଖାନା ଖାଲି ପଡିଛି , ସ୍କୁଲ ;ଖାଲି ପଡିଛି କିନ୍ତୁ ଲୋକ ମାନଙ୍କୁ ଚାକିରୀ ମିଳୁନାହିଁ । କହିବାକୁ ଗଲେ ନବୀନ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ତେଣୁ ଦେଶକୁ ବଞ୍ଚାଇବା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ଲାଗି ଦଳ ପକ୍ଷରୁ ଏହି ପଦଯାତ୍ରା କରାଯାଉଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.