ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ମାସ ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ୮୧ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ । ଏହାପରେ ନଭେମ୍ବର ୨୩ରେ ଫଳାଫଲ ଘୋଷଣା କରାଯିବ । ଏହା ପୂର୍ବରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୬୬ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ୨୧ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ତେବେ ଏହା ମଧ୍ୟରେ ଆଜି କଂଗ୍ରେସ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୭ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଏହି ସାତଟି ଆସନ ମଧ୍ୟରୁ ୨ଟି ଆସନ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଅନ୍ୟ ୫ଟି ଆସନ ସାଧାରଣ ଆସନ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଭାରତ ପ୍ରତ୍ୟେକ ନିର୍ବାଚନରେ ଏକ ନୂଆ ଇତିହାସ ସୃଷ୍ଟି କରୁଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଥିଲେ । ଝାଡ଼ଖଣ୍ଡରେ ନଭେମ୍ବର ୧୩ ପ୍ରଥମ ପର୍ଯ୍ୟାୟ ଓ ୨୦ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଦୁଇ ରାଜ୍ୟରେ ନଭେମ୍ବର ୨୩ରେ ଫଳାଫଳ ଘୋଷଣା ହେବ ।