fbpx

ମାଗଣାରେ ଡାଇବେଟିସ୍ ମେଡିସିନ୍ ବାଣ୍ଟିବ କଂଗ୍ରେସ ! ଏହା ସହ ଗୃହଲକ୍ଷ୍ମୀ କୃଷକ ଭତ୍ତା ଦେବ, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ : ଆଗକୁ ନିର୍ବାଚନ ଥିବାରୁ ବିଭିନ୍ନ ଦଳ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଅନେକ ଦାବି କରୁଛନ୍ତି । ଏଥିରୁ କଂଗ୍ରେସ ବି ବାଦ୍ ପଡ଼ିନି । ମାଗଣାରେ ଡାଇବେଟିସ୍ ମେଡିସିନ୍ ବାଣ୍ଟିବାକୁ ଯାଉଛି କଂଗ୍ରେସ । ମାର୍ଚ୍ଚ ୧୫ରେ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ ।

ନିଜ ଦଳ କ୍ଷମତାକୁ ଆସିଲେ ମାଗଣା ଡାଇବେଟିସ୍ ମେଡିସିନ୍ ବାଣ୍ଟିବ ବୋଲି ସେଥିରେ ଦାବି କରାଯିବ । ଏହା ସହ କ୍ଷମତାକୁ ଆସିଲେ ଗୃହଲକ୍ଷ୍ମୀ ଭତ୍ତା ଓ କୃଷକ ଭତ୍ତା ମଧ୍ୟ ଲାଗୁ କରିବ । ବେକାରୀ ଭତ୍ତା ଲାଗୁ ପାଇଁ ମାନିଫେଷ୍ଟୋରେ କଂଗ୍ରେସ ପ୍ରତିଶ୍ରୁତି ଦେବ । ଏହା ସହ ଗୃହଲକ୍ଷ୍ମୀ ଭତ୍ତାରେ ମାସିକ ୨ ହଜାର ଟଙ୍କା ଦିଆଯିବ । କୃଷକ ଭତ୍ତାରେ ମାସିକ ୨ ହଜାର ଟଙ୍କା ଲେଖାଏଁ ମିଳିବ । ଅନ୍ୟପଟେ ୩ ବର୍ଷ ଯାଏ ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା ଲେଖାଏଁ ଯୋଗାଇଦିଆଯିବ ।

ନିକଟରେ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଏହି ପ୍ରଥମ ତାଲିକାରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ। ଯେଉଁଥିରେ ମାତ୍ର ୮ଟି ରାଜ୍ୟର ପ୍ରାର୍ଥୀଙ୍କୁ ଏଥିରେ ସାମିଲ କରାଯାଇଛି। ତେବେ ପ୍ରକାଶିତ ଏହି ତାଲିକାରେ ୧୫ ଜଣ ସାଧାରଣ ବର୍ଗଙ୍କ ନାଁ ଥିବା ବେଳେ ଏସସି ଓ ଏସଟି ବର୍ଗରୁ ୨୪ ଜଣଙ୍କ ନାଁ ରହିଛି ।

Get real time updates directly on you device, subscribe now.