fbpx

୪ ଦଶନ୍ଧି ପରେ ଆହ୍ଲାବାଦରେ ବିଜୟୀ ହେଲା କଂଗ୍ରେସ, ୨ ପ୍ରମୁଖ ରାଜନେତା ପୁଅଙ୍କ ମଧ୍ୟରେ ଚାଲିଥିଲା ଲଢେଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ପରେ କଂଗ୍ରେସ ମଧ୍ୟ ପୂର୍ବ ନିର୍ବାଚନ ତୁଳନାରେ ଭଲ ବିଜୟ ହାସଲ କରିଛି । ତେବେ ଦୀର୍ଘ ୪୦ ବର୍ଷ ପରେ କଂଗ୍ରେସ ଉତ୍ତରପ୍ରଦେଶର ଆହ୍ଲାବାଦ ଆସନରେ ଜିତିଛି । ଏଠାରେ କଂଗ୍ରେସ ପ୍ରାର୍ଥୀ ଉଜ୍ଜ୍ୱଳ ରମଣ ସିଂହ ଆହ୍ଲାବାଦ ଆସନରେ ୫୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ୧୯୮୪ ମସିହାରେ ଶେଷ ଥର ପାଇଁ ସଙ୍ଗମ ସହର କଂଗ୍ରେସ ସାଂସଦଙ୍କୁ ନିର୍ବାଚିତ କରିଥିଲା । ୧୯୮୪ ମସିହାରେ ଅମିତାଭ ବଚ୍ଚନ ଏହି ଆସନରୁ ଜିତିଥିଲେ ।

ତେବେ ଚଳିତ ନିର୍ବାଚନରେ ବିଜେଡିର ନିରଜ ତ୍ରିପାଠୀଙ୍କୁ କଂଗ୍ରେସର ଉଜ୍ଜ୍ୱଳ ରମଣ ହରାଇଛନ୍ତି । ଆହ୍ଲାବାଦରେ ଉତ୍ତରପ୍ରଦେଶର ୨ଜଣ ପ୍ରମୁଖ ରାଜନେତାଙ୍କ ପୁଅଙ୍କ ଭିତରେ ଲଢେଇ ହୋଇଥିଲା । ଉଜ୍ଜ୍ୱଳ ରମଣଙ୍କ ବାପା ରେବତୀ ରମଣ ସିଂହ ୨୦୦୪ ଏବଂ ୨୦୦୯ରେ ଆହ୍ଲାବାଦ ଆସନରେ ଜିତି ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ ।

ଅପରପକ୍ଷେ ନିରଜ ତ୍ରିପାଠୀଙ୍କ ବାପା କେଶରୀ ନାଥ ତ୍ରିପାଠୀ ଆହ୍ଲାବାଦ ଦକ୍ଷିଣରୁ ୫ ଥର ବିଦାୟକ ହୋଇଛନ୍ତି । ସେ ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ସାଙ୍ଗକୁ ପଶ୍ଚିମବଙ୍ଗ, ବିହାର, ମିଜୋରାମ ଏବଂ ମେଘାଳୟ ରାଜ୍ୟପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।

 

Get real time updates directly on you device, subscribe now.