ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଭୁବନେଶ୍ବର: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁରରେ ହୋଇଥିବା ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କ ପକ୍ଷରୁ ଏହି ରାୟ ଶୁଣାଇ ଦିଆଯାଇଛି ।

ବିବାହର ପ୍ରତିଶୃତି ଦେଇ ବ୍ରହ୍ମପୁରର କେ ସୁଦର୍ଶନ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଦୁଷ୍କର୍ମ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । ଏହି ମାମଲାକୁ ରଦ୍ଦ କରିବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲ । ତେବେ ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ଏହି ମାମଲାକୁ ରଦ୍ଦ କରିଛନ୍ତି । ଖବର ଅନୁସାରେ, 2020 ମସିହାରେ ସୁଦର୍ଶନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ମହିଳାଜଣକ ନିଜ ପୁରୁଷ ବନ୍ଧୁ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ କରିଥିଲେ । ଏହି ଘଟଣାର ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ନିମ୍ନ କୋର୍ଟରେ ଏହାକୁ ଖାରଜ କରାଯାଥିଲା । ତେବେ ଏହି ମାମଲାରେ ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, ଅଭିଯୋଗକାରୀଣି ଜଣେ ସାବାଳିକା । ଉଭୟଙ୍କର ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା, ଏହାପରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ସହମତିରେ ବିବାହର ନିଷ୍ପତ୍ତି ନେଇଥିଲେ । ତେଣୁ ଏଭଳି ସ୍ଥଳେ ସହମତିରେ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ । ବିବାହ ନହେବାରୁ ମହିଳାଜଣକ ଅଭିଯୋଗ କରିଥିବା କଥା କୁହାଯାଇଛି ।