fbpx

Job Switch କରିବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ…କରନ୍ତୁ ନାହିଁ ଏହି ଭୁଲ

ଓଡ଼ିଶା ଭାସ୍କର: ଅଫିସ୍ ମାହୋଲରୁ ଚିନ୍ତିତ କି ? କାମ ବୋଝ ତଳେ ଅଣନିଶ୍ୱାସୀ ମନେ ହେଉଛି କି ? ଆପଣ ଅଫିସ ଛାଡ଼ିବା ପାଇଁ ସ୍ଥିର କରିଛନ୍ତି କି ? ଟିକିଏ ରହିଯାନ୍ତୁ । ବେଳେ ବେଳେ ତରବରିଆ ଭାବରେ ନିଷ୍ପତ୍ତି ନେବା ମହଙ୍ଗା ପଡ଼ିପାରେ । ଏଭଳି ଭୁଲ କରନ୍ତୁ ନାହିଁ ଯାହା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ । ଆଜିକାଲି ଚାକିରି ଟିଏ ମିଳିବା ଯେତିକି କଷ୍ଟକର ଚାକିରି ଛାଡ଼ିବା ତା ଠାରୁ ଅଧିକ ସମସ୍ୟା ସୃଷ୍ଟି କରିଥାଏ । ଚାକିରିରେ ନୂଆ ଯୋଗ ଦେବା ପରେ ଟିକେ ଆଡ୍‌ଜଷ୍ଟମେଣ୍ଟ କରିବାକୁ ପଡ଼ିଥାଏ । କିନ୍ତୁ ଅଧିକାଂଶ ଲୋକମାନେ ଶୀଘ୍ର ଘାବରେଇ ଯାଇଥାନ୍ତି । ପରବର୍ତ୍ତୀ ସମୟରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଚାକିରି ଛାଡ଼ିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

୧. ଆଥିର୍କ ସ୍ଥିତି: ଯଦି ଆପଣ ଜବ୍ ସ୍ୱିଚ୍ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଜ ଆର୍ଥିକ ସ୍ଥିତିକୁ ଗୁରୁତ୍ୱ ଦିଅନ୍ତୁ । ଆପଣଙ୍କୁ କେତେ ଦିନ ଭିତରେ ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି, ଆପଣଙ୍କ ବ୍ୟକ୍ତିଗତ ଖର୍ଚ୍ଚ, କ୍ୟାରିୟର ଗ୍ରୋଥ୍ ଇତ୍ୟାଦି ବିଷୟକୁ ଦୃଷ୍ଟିରେ ରଖି କୌଣସି ନିଷ୍ପତ୍ତି ନିଅନ୍ତୁ । ଅନ୍ୟ ଚାକିରି ନ ମିଳିବା ପର୍ଯ୍ୟନ୍ତ ପୁରୁଣା ଚାକିରି ଛାଡ଼ନ୍ତୁ ନାହିଁ । ଏହା ଦ୍ୱାରା ଆପଣ ଆର୍ଥିକ ସଂକଟର ଶିକାର ହୋଇପାରିବେ ।

୨. ପୁନଃବିଚାର କରନ୍ତୁ: ପୁରୁଣା ଜବ୍ ସ୍ୱିଚ୍ କରିବା ପୂର୍ବରୁ ବାରମ୍ବାର ନିଜ ନିଷ୍ପତ୍ତି ଉପରେ ବିଚାର କରନ୍ତୁ । ଆପଣ ଚାହିଁଲେ ପରିବାର ବର୍ଗଙ୍କ ପରାମର୍ଶ ମଧ୍ୟ ନେଇପାରିବେ । ତରବରିଆରେ କୌଣସି ନିଷ୍ପତ୍ତି ନେବା ଆପଣଙ୍କ ଉପରେ ଭାରି ପଡ଼ିପାରେ ।

୩. ବ୍ୟାକ୍‌ଅପ୍ ପ୍ଲାନ୍ ପ୍ରସ୍ତୁତ ରଖନ୍ତୁ: ଆପଣ ଜବ୍ ସ୍ୱିଚ୍ କରିବାର ବିଚାର କରୁଥିଲେ ସବୁବେଳେ ବ୍ୟାକ୍‌ଅପ୍ ପ୍ଲାନ୍ ପ୍ରସ୍ତୁତ ରଖନ୍ତୁ । ଏମିତି ନହେଉ କି ଆପଣ ଚାକିରି ଛାଡ଼ି ସାରିଲା ପରେ ଘରେ ଖାଲି ବସି ରହିବେ । ଏହା ଆପଣଙ୍କ କ୍ୟାରିୟର ଗ୍ରୋଥରେ ବାଧା ସୃଷ୍ଟି କରିଥାଏ । କ୍ୟାରିୟର ବ୍ରେକ୍ ଦ୍ୱାରା ଭବିଷ୍ୟତରେ ନୂଆ ଚାକିରି ମିଳିବାରେ ସମସ୍ୟା ଦେଖାଦେଇଥାଏ ।

୪. ମାନସିକ ସ୍ଥିତି: ଜବ୍ ସ୍ୱିଚ୍ କରିବା ବହୁତ ବଡ଼ ନିଷ୍ପତ୍ତି । ଏଥିପାଇଁ ଆପଣଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ପଡ଼ିଥାଏ । ଅତ୍ୟାଧିକ ଚିନ୍ତାଗ୍ରସ୍ତ ହେବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

୫. ପ୍ରଫେସନାଲ ଉପାୟ: ପ୍ରତ୍ୟେକ କମ୍ପାନୀର କିଛି ନିୟମ ରହିଛି । ତେଣୁ ଚାକିରି ଛାଡ଼ିବା ପୂର୍ବର୍ରୁ ପ୍ରୋଫେସନାଲ ଭାବରେ କମ୍ପାନୀକୁ ଇସ୍ତଫା ପତ୍ର ଦେଇ ଫର୍ମାଲିଟି ପୁରା କରନ୍ତୁ ।

Get real time updates directly on you device, subscribe now.