ଶେଷ ଭିଡିଓରେ ମାଗିଲେ ନ୍ୟାୟ, କହିଲେ ସହିହେଉନି ଶଶୁର ଘର ନିର୍ଯାତନା, କାନ୍ଦି କାନ୍ଦି ଝୁଲି ପଡ଼ିଲେ ପୋଲିସ ବାବୁଙ୍କ ସ୍ତ୍ରୀ…
ପୋଲିସ କନଷ୍ଟେବଳଙ୍କ ପତ୍ନୀ ସହିପାରିଲେନି ଶଶୁର ଘର ଲୋକଙ୍କ ନିର୍ଯାତନା।
ଲକ୍ଷ୍ନୌ: ପୋଲିସ କନଷ୍ଟେବଳଙ୍କ ପତ୍ନୀ ସହିପାରିଲେନି ଶଶୁର ଘର ଲୋକଙ୍କ ନିର୍ଯାତନା। ନିର୍ଯାତନା ଏତେ ଅସହ୍ୟ ଥିଲା କି ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ମହିଳା ଜଣଙ୍କ ଏକ ଭିଡିଓ କରିଛନ୍ତି ଯେଉଁଥିରେ ସେ ଶଶୁର ଘରେ ହେଉଥିବା ନିର୍ଯାତନା କଥା କହିଛନ୍ତି।
ପୋଲିସ କନଷ୍ଟେବଳଙ୍କ ପତ୍ନୀଙ୍କ ନାଁ ସୀମା। ସେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ତାଙ୍କ ମୃତ୍ୟୁର କାରଣ କହିଛନ୍ତି। ଭିଡିଓରେ ମହିଳା ତାଙ୍କ ସହ ହେଉଥିବା ଅତ୍ୟାଚାର କଥା କହିବା ସହ ଦିଅର, ସ୍ୱାମୀ, ଶଶୁର କଥା ମଧ୍ୟ କହିଛନ୍ତି। କିଭଳି ତାଙ୍କୁ ଶଶୁର ଘରେ ନିର୍ଯାତନା ସହିବାକୁ ପଡ଼ୁଛି ସେକଥା ମଧ୍ୟ କହିଛନ୍ତିି।
ତାଙ୍କ ସ୍ୱାମୀ ତାଙ୍କୁ ଛାଡିବାକୁ ଚାହୁଁଛନ୍ତି ତାଙ୍କ ପରେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବେ। ସେ କହୁଛନ୍ତି ଯେ ତାଙ୍କ ସ୍ୱାମୀଙ୍କ କାକା ଜଣେ ଓକିଲ।ଘଟଣାଟି ଲକ୍ଷ୍ନୌର ବିକେଟି ପୋଲିସ ଷ୍ଟେସନ ଅଞ୍ଚଳର ଯେଉଁଠାରେ କନଷ୍ଟେବଳ ଅନୁରାଗ ସିଂହଙ୍କ ପତ୍ନୀ ସୌମ୍ୟା କଶ୍ୟପ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।
ମରିବା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ଭିଡିଓ ପୋଷ୍ଟ କରିଛନ୍ତି ଯାହା ଭାଇରାଲ ହେଉଛି। ଭିଡିଓରେ ତାଙ୍କ ସ୍ୱାମୀ ଅନୁରାଗ ତାଙ୍କୁ ମାଡ଼ ମାରିବା ଅଭିଯୋଗ କରିଛନ୍ତି ଏବଂ ତାଙ୍କ ଶ୍ୱଶୁର ତାଙ୍କୁ ଧମକ ଦେବା ଅଭିଯୋଗ କରିଛନ୍ତି। ଚାରି ମାସ ପୂର୍ବେ ସୌମ୍ୟ ଏବଂ ଅନୁରାଗଙ୍କ ପ୍ରେମ ବିବାହ ହୋଇଥିଲା।
ଭିଡିଓରେ ସେ କଥାବାର୍ତ୍ତା କରୁଥିବା ସମୟରେ କାନ୍ଦୁଥିଲେ। ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୌମ୍ୟାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ପରେ ସୌମ୍ୟାଙ୍କ ପିତାମାତାଙ୍କୁ ସୂଚନା ଦିଆଯାଇଥିଲା।