fbpx

ଉତ୍ତରକାଶୀ ଟନେଲରେ ପୁଣି ହେବ ନିର୍ମାଣ କାର୍ଯ୍ୟ: ସୁଧୁରିବ ରୋଜଗାର ଏବଂ ବ୍ୟବସାୟ ସ୍ଥିତି

ନୂଆଦିଲ୍ଲୀ: ପୁଣିଥରେ ଚଳଚଞ୍ଚଳ ହୋଇ ଉଠିବ ଉତ୍ତରକାଶୀ ଟନେଲ । ବିରାଟ ଦୁର୍ଗଟଣା ପରେ ଏବେ ପୁଣିଥରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନୁମତି ମଧ୍ୟ ମିଳି ସାରିଛି । ଏହି ଖବର ପରେ ସିଲକ୍ୟାରା ଅଞ୍ଚଳରେ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ଏକ ଖୁସିର ଲହରୀ ଖେଳିଯାଇଛି । ଏହି ଟନେଲ ନିର୍ମାଣ ଆରମ୍ଭ ହେବା ମାତ୍ରେ ଏଠାରେ ରୋଜଗାର ଏବଂ ବ୍ୟାପାର ବ୍ୟବସ୍ଥାରେ ମଧ୍ୟ ଖୁବଶୀଘ୍ର ସୁଧାର ଆସିପାରିବ । ଟନେଲ ନିର୍ମାଣ ବେଳେ ଭୁଷୁଡ଼ିଯିବାରୁ ୪୧ ଜଣ ଶ୍ରମିକ ଏହା ଭିତରେ ଫସି ହୋଇ ରହିଥିଲେ, ତେବେ ସେମାନଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେବେଠାରୁ କାମ ବନ୍ଦ ରହିଛି ।

ବର୍ତ୍ତମାନ ପୁଣିଥରେ ଉତ୍ତରକାଶୀ ଟନେଲ କାର୍ଯ୍ୟ ପୁନର୍ବାର ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବଡ଼ ଦୁର୍ଘଟଣା ପରେ ପୁଣିଥରେ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭକୁ ନେଇ ଗ୍ରାମବାସୀ ବେଶ୍ ଉତ୍ସୁକ ଥିବା ମଧ୍ୟ ଦେଖାଯାଇଛି । ଏହି ଟନେଲ ଅନେକ ଲୋକଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ହୋଇ ରହିଛି । ଟନେଲ ଭୁଷୁଡ଼ିବାର ୨ ମାସ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବାରୁ ସିଲକ୍ୟାରା ପୁରା ଖାଁ ଖାଁ ମନେ ହେଉଥିଲା । ଏହାଦ୍ୱାରା କମ୍ପାନୀରେ କାର୍ଯ୍ୟରତ ଗ୍ରାମବାସୀମାନଙ୍କୁ କୌଣସି କାମ ମିଳୁ ନଥିବା ବେଳେ ବ୍ୟବସାୟୀମାନଙ୍କ ଆୟ ମଧ୍ୟ ପ୍ରଭାବିତ ହୋଇଥିଲା ।

ଗତବର୍ଷ ନଭେମ୍ବର ୧୨ ତାରିଖରେ ଭୂକମ୍ପ ଯୋଗୁଁ ଭୁଷୁଡ଼ି ପଡ଼ିଥିଲା ଉତ୍ତରକାଶୀ ଟନେଲ । ଫଳରେ ଏହାତଳେ ୪୧ ଜଣ କାର୍ଯ୍ୟରତ ଶ୍ରମିକ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଲମ୍ବା ସମୟ ଲାଗିଥିବା ବେଳେ ଅନେକ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ରାଟ ହୋଲ୍ ମାଇନର୍ସମାନଙ୍କ ଦ୍ୱାରା ମିଶନ୍ ସଫଳ ହୋଇଛି । ଅନେକ ସମୟର ଅପେକ୍ଷା ପରେ ସୁସ୍ଥ ଭାବରେ ଟନେଲ ଭିତରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.