fbpx

ଖରାଦିନେ ଅଧିକ କୋଲ୍ଡ ଡ୍ରିଙ୍କସ ପିଉଥିଲେ ସାବଧାନ! ହୋଇପାରେ ଏହି ଭୟଙ୍କର ରୋଗ, ରିସର୍ଚ୍ଚରୁ ଖୁଲାସା

ଓଡିଶା ଭାସ୍କର: ଆଜିକାଲି ସମସ୍ତେ ଆରାମ ଲାଗି ଥଣ୍ଡା ପାନୀୟ ପିଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଥଣ୍ଡା ପାନୀୟ କିଛି ସମୟ ପାଇଁ ଆରାମ ମିଳିଥାଏ । କିନ୍ତୁ ଏଥିରେ ଏମିତି ଜିନିଷ ରହିଛି ଯାହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ । ଅଧିକ ଥଣ୍ଡା ପାନୀୟ ପିଇବା ଦ୍ୱାରା କେଉଁ ଅସୁବିଧା ହୋଇଥାଏ ଆସନ୍ତୁ ଜାଣିବା..

ଖରାଦିନେ ସବୁ ପ୍ରକାରର କୋଲ୍ଡ ଡ୍ରିଙ୍କସ ପିଇବା ଲାଗି ଲୋକମାନେ ବେଶ ଇଚ୍ଛା ପ୍ରକାଶ କରିଥାନ୍ତି । ଥଣ୍ଡା ପାନୀୟକୁ ଉପଭୋଗ କରିବା ପାଇଁ ସବୁ ବର୍ଗର ଲୋକମାନେ ଏଥିପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି । ଏହି ପାନୀୟ ସବୁକୁ ପିଇବା ଦ୍ୱାରା ଶରୀରକୁ ଥଣ୍ଡା ଅନୁଭବ ହୋଇଥାଏ । ଦେହକୁ ଯେତିକି ଭଲ ଲାଗିଥାଏ ଏହା ତା’ଠାରୁ ଅଧିକ କ୍ଷତି ହୋଇଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଥଣ୍ଡା ପାନୀୟ ପିଉଥାନ୍ତି ତେବେ ତୁରନ୍ତ ଏଥିରୁ ଦୂରେଇ ରହିବା ଆବଶ୍ୟକ । ଅଧିକ ଥଣ୍ଡା ପାନୀୟ ପିଇବା ଦ୍ୱାରା ଶରୀରକୁ ଅନେକ ରୋଗ ଟାଣି ଆଣିଥାଏ । ଏହି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ, କୋଲ୍ଡ ଡ୍ରିଙ୍କସ ଅଧିକ ପିଇବା ଉଚିତ ନୁହେଁ । କାରଣ ଏଥିରେ ପୋଷକ ତତ୍ତ୍ୱ ବହୁତ କମ ରହିଛି ଏବଂ ସୁଗାର ଓ କ୍ୟାଲୋରୀ ଅଧିକ ରହିଛି । ଏଥିପାଇଁ ଥଣ୍ଡା ପାନୀୟ ପିଇବା ଦ୍ୱାରା ଆପଣମାନଙ୍କର ସ୍ୱାସ୍ଥ୍ୟ ବିଗିଡି ଯାଇପାରେ । କୋଲ୍ଡ ଡ୍ରିଙ୍କସରେ କ୍ୟାଲୋରୀର ପରିମାଣ ଅଧିକ ହେତୁ ମେଦ ବହୁଳତାର ମୁଖ୍ୟ କାରଣ ହୋଇପାରେ ବୋଲି ବିବେଚନା କରାଯାଇଥାଏ । କିଛି ଗବେଷଣାରୁ ଜଣାପଡିଛି ଯେ, ଏସବୁ ପାନୀୟ ପିଇବା ଦ୍ୱାରା ମଧୁମେହ ରୋଗରେ ଶିକାର ହେବାର ଆଶଙ୍କା ରହିଥାଏ । ତେଣୁ ଏପରି ପାନୀୟରୁ ଦୂରେଇ ରହିବା ଉଚିତ ।

ସେହିପରି ଅନ୍ୟ ଏକ ଗବେଷଣାରୁ ଜଣାଯାଇଛି ଯେ, ଏହି ପାନୀୟ ଲିଭର ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ । ଅତ୍ୟଧିକ ଥଣ୍ଡା ପାନୀୟ ପିଇବା ଦ୍ୱାରା ଇନସୁଲିନ ବଢିଥାଏ । ମଧୁମେହ ରୋଗୀ ଭୁଲରେ ବି ଏହାକୁ ପିଇବା ଉଚିତ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଥଣ୍ଡା ପାନୀୟ ପିଇବା ଅପେକ୍ଷା ଖରାଦିନେ ଲେମ୍ବୁପାଣି ପିଇଲେ ଅଧିକ ଲାଭ ମିଳିଥାଏ । ଲେମ୍ବୁପାଣି ପିଇବା ଦ୍ୱାରା ଶରୀରକୁ ଇଲେକଟ୍ରାଲାଇଟ ମିଳିବା ସହ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଲେମ୍ବୁପାଣି ଛଡା ବଟର ମିଲ୍କ, ଲସି, ସେଓ ରସ ପିଇବା ଏବଂ ତଟକା ପନିପରିବା ରସ ପିଇବା ପିଇବା ଅଧିକ ଲାଭ ହୋଇଥାଏ । ଏହାଛଡା ଆପଣ ଯଦି ଜଣେ ଡାଇବେଟିସ ରୋଗୀ କୌଣସି ମିଠା ରସ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରି ସେବନ କରନ୍ତୁ ।

Get real time updates directly on you device, subscribe now.