fbpx

ଚେକିଂ ନାଁରେ ସୀମା ପାର୍ କଲା NEET ପରୀକ୍ଷା ସେଣ୍ଟର, ଓହ୍ଲାଇଦେଲେ ଛାତ୍ରୀଙ୍କ ଅନ୍ତବସ୍ତ୍ର

ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ସମୟରେ କେରଳର କୋଲ୍ଲମରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜୀ ସ୍ଥିତ ପରୀକ୍ଷା ସେଣ୍ଟରରେ କଡ଼ା ନିୟମ ନାଁରେ ଛାତ୍ରୀଙ୍କୁ ଅନ୍ତବସ୍ତ୍ର କାଢ଼ିବାକୁ କୁହାଯାଇଥିଲା । ଏହି ଘଟଣାରେ ଛାତ୍ରୀଙ୍କ ଅଭିଭାବକମାନେ ପୋଲିସରେ ମାମଲା ରୁଜୁ କରିଛନ୍ତି । ଅବଶ୍ୟ ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜୀରେ ଏହି ଘଟଣାକୁ ମନା କରିଛନ୍ତି । ବର୍ତ୍ତମାନ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ।

ଜଣେ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ‘ମୋ ଝିଅକୁ କୁହାଯାଇଥିଲା ଯେ ଅନ୍ତବସ୍ତ୍ରର ହୁକ୍ ମେଟାଲ ଡିଟେକ୍ଟରରେ ଡିଟେକ୍ଟ ହେଉଛି ତେଣୁ ତାହାକୁ ଓହ୍ଲାଇବାକୁ ହେବ । ପ୍ରାୟ ୯୦ ପ୍ରତିଶତ ଛାତ୍ରୀଙ୍କ ଅନ୍ତବସ୍ତ୍ର ଓହ୍ଲାଇବାକୁ କୁହାଯାଇଥିଲା ଏବଂ ତାକୁ ଷ୍ଟୋର ରୁମରେ ରଖାଯାଇଥିଲା । ଏହି କାରଣରୁ ଛାତ୍ରୀମାନେ ମାନସିକ ଭାବରେ ଅଧିକ ଚିନ୍ତିତ ରହିଥିଲେ ।’

ସେହିପରି ଆଉ ଜଣେ ଛାତ୍ରୀଙ୍କ ପିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଡ୍ରେସ୍ କୋଡ୍ ନାଁରେ ଅନ୍ତବସ୍ତ୍ର କାଢ଼ିବାକୁ କୁହାଯାଇଥିଲା ଏବଂ କୁହାଯାଇଥିଲା ଯେ ଯଦି ଏମିତି ନକରନ୍ତି ତେବେ ପରୀକ୍ଷା ଦେଇପାରିବେ ନାହିଁ । ଅନେକ ଛାତ୍ରୀଙ୍କୁ ମଧ୍ୟ ଏଭଳି କରିବାକୁ କୁହାଯାଇଥିଲା । ସୂଚନାଯୋଗ୍ୟ, ଜୁଲାଇ ୧୭ ରେ ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜୀରେ ନିଟ୍ ପରୀକ୍ଷା ଆୟୋଜିତ ହୋଇଥିଲା ।

 

Get real time updates directly on you device, subscribe now.