(Video) ରିଆଲିଟି ଶୋ’ରେ SEX କଣ୍ଟେଣ୍ଟ, ଅଡ଼ୁଆରେ ପଡ଼ିବେ ଏଜାଜ୍ ଖାନ୍, ବ୍ୟାନ୍ ହେବ Alt Balaji, ULLU
ରିଆଲିଟି ଶୋ’ ବନ୍ଦ କରିବା ପାଇଁ ସାଂସଦଙ୍କ ଦାବି । ଅଭଦ୍ରାମୀର ଶେଷ ସୀମାରେ ଓଟିଟି ।
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ରିଆଲିଟି ଶୋ’ର କ୍ଲିପ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ମହାରାଷ୍ଟ୍ର ଶିବସେନା ଏମପି ପ୍ରିୟଙ୍କା ଚର୍ତୁବେଦୀ ବିରୋଧ କରିଛନ୍ତି ।
ପ୍ରିୟଙ୍କାଙ୍କ ମତର ସମର୍ଥନ ଜଣାଇ ବିଜେପି ଏମପି ନିଶିକାନ୍ତ ଦୁବେ ମଧ୍ୟ ଭାଇରାଲ କ୍ଲିପର ସମାଲୋଚନା କରିଛନ୍ତି । ଓଟିଟି ଶୋ’ ହାଉସ ଆରେଷ୍ଟର ୨ ମିନିଟ କ୍ଲିପ୍ ଭାଇରାଲ ହୋଇଛି । ଏହାର ହୋଷ୍ଟ ସାଜିଛନ୍ତି ଏଜାଜ ଖାନ୍ ।
ବନ୍ଦ ହେବ ଏଜାଜଙ୍କ ଶୋ’
ଏଜାଜ ଫିଲ୍ମରେ ଅଭିନୟ କରିବା ସହ ବିଗବସ୍ ହାଉସ୍ ପ୍ରତିଯୋଗୀ ହୋଇସାରିଛନ୍ତି । ଭାଇରାଲ କ୍ଲିପରେ ଏଜାଜେ ସେକ୍ସ ପୋଜ୍ ବିଷୟରେ କହୁଛନ୍ତି । ଏଥିସହ ପ୍ରତିଯୋଗୀମାନଙ୍କୁ କ୍ୟାମେରା ସାମ୍ନାରେ ଖୋଲାଖୋଲି ଭାବେ ସେକ୍ସ ପୋଜ୍ କରିବାକୁ କହୁଛନ୍ତି ।
ପ୍ରିୟଙ୍କା ଏହାର ଘୋର ପ୍ରତିବାଦ କରିଛନ୍ତି । ସେ କହିଛନ୍ତି, ଏ ପ୍ରକାର ଅଭଦ୍ର କଣ୍ଟେଣ୍ଟ ପରିବେଶଣ କରୁଥିବା ଓଟିଟି ପ୍ଲାଟଫର୍ମକୁ ବ୍ୟାନ୍ କରିବା ଆବଶ୍ୟକ । ସବୁବେଳେ ଉଲ୍ଲୁ ଆପ୍ ଏବଂ ଅଲ୍ଟ ବାଲାଜି ସୂଚନା ଏବଂ ପ୍ରସାରର ମନ୍ତ୍ରଣାଳୟକୁ ଚକମା ଦେଖାଇ ଖସି ପଳାଉଛନ୍ତି ।
ରଣବୀରଙ୍କ ଅବସ୍ଥା ଭୋଗିବାକୁ ପଡ଼ିବ
ଗତବର୍ଷ ସୂଚନା ଏଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୧୮ଟି ଆପକୁ ବ୍ୟାନ୍ କରିଦିଆଯାଇଥିଲା । କିନ୍ତୁ ଉଲ୍ଲୁ ଏବଂ ଅଲ୍ଟ ବାଲାଜୀ ବିରୋଧରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ପ୍ରିୟଙ୍କା କହିଛନ୍ତି ।
କିଛିଦିନ ପୂର୍ବେ ଇନଫଲ୍ୟୁଏନ୍ସର ରଣବୀର ଅଲ୍ଲାହାବାଦିଆ ବାପା-ମା’ଙ୍କ ସେକ୍ସକୁ ନେଇ ଏକ କମେଡି ଶୋ’ରେ ମନ୍ତବ୍ୟ ରଖିଥିଲେ । ଯାହାର ବିରୋଧ ଦେଶବ୍ୟାପୀ କରାଯାଇଥିଲା । ସୁପ୍ରିମ କୋର୍ଟଙ୍କ ଆସ୍ୱଶନା ପାଇବା ପରେ ରଣବୀର ପୁଣିଥରେ ନିଜ ପଡକାଷ୍ଟ ଆରମ୍ଭ କରିଛନ୍ତି ।
Shocking obscenity on Indian TV!
Ejaz Khan’s show features contestants stripping and simulating s*x acts. Yet, no action from authorities. Is this the content the nation wants to see ? pic.twitter.com/U9dlYoYdbH
— Angry Saffron (@AngrySaffron) May 1, 2025