ତାପସୀ ପାନ୍ନୁଙ୍କ ନେକ୍‌ଲେସ୍‌କୁ ନେଇ ବିବାଦ: ହିନ୍ଦୁ ଧର୍ମକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ସାଉଥ୍ ତଥା ବଲିଉଡ୍‌ରେ ନିଜର ଅଭିନୟ ପାଇଁ ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ତାଙ୍କୁ ଅନ୍ୟ ବଡ଼ ତାରକା ଅଭିନେତା ମାନଙ୍କ ମଧ୍ୟରେ ଗଣାଯାଏ । ତାପସୀ ପରଦାରେ ଯେତିକି ନଜର ଆସନ୍ତି, ସୋସିଆଲ ମିଡିଆରେ ମଧ୍ୟ ସେତିକି ସକ୍ରିୟ ରହିଥାନ୍ତି । ଏସବୁ ବ୍ୟତିତ ଅନେକ ସମୟରେ ସେ କିଛି ନା କିଛି ବିବାଦରେ ଫସି ରହିଥାନ୍ତି । ଖବର ଅନୁଯାୟୀ ଅଭିନେତ୍ରୀ ତାପସୀ ପାନ୍ନୁ ଏବେ ଏକ ବଡ଼ ବିବାଦରେ ଫସିଛନ୍ତି ।

କିଛି ଦିନ ତଳେ ତାପସୀ ଲାକମି ଫ୍ୟାସନ୍ ୱିକ୍ ର‌୍ୟାମ୍ପୱାର୍କ ଫଟୋ ସେୟାର କରିଥିଲେ । ଏଥିରେ ସେ ରେଡ୍ କଲରର ଡିପ୍ ନେକ୍ ଗାଉନ୍ ଇଭନିଙ୍ଗ୍ ଗାଉନ୍ ପିନ୍ଧିଥିଲେ, ଯାହା ତାଙ୍କୁ ଅଧିକ ସୁନ୍ଦର କରୁଥିଲା । ପ୍ରଶଂସକମାନେ ତାଙ୍କ ଲୁକ୍‌କୁ ପ୍ରଶଂସା କରିଥିଲେ, କିନ୍ତୁ ସେ ପିନ୍ଧିଥିବା ନେକ୍‌ଲେସ୍ ଉପରେ ଲୋକମାନେ ଆପତ୍ତି କରିଥିଲେ । ତାପସୀ ପନ୍ନୁ ଏକ ଡିପ୍ ନେଟ୍ ଡ୍ରେସ୍ ସହିତ ମାତା ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ହାର ହାର ପିନ୍ଧିଥିଲେ ।

jagran

ତାପସୀଙ୍କର ଏହି ଫଟୋ ଉପରେ ଅନେକ ୟୁଜର୍ସ ଆପତ୍ତି କରିଥିଲେ । ଏବେ ଏହାକୁ ନେଇ ତାପସୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଛତ୍ରୀପୁରା ପୋଲିସ ଷ୍ଟେସନ ଏସ୍‌ଏଚ୍‌ଓ କପିଲ ଶର୍ମା କହିଛନ୍ତି ମାମାଲା ରୁଜୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ “ଆବେଦନକାରୀ ଦର୍ଶାଇଛନ୍ତି ଯେ ସେହି ନେକ୍‌ଲେସ୍ ସହିତ ପ୍ରକାଶିତ ଏକ ମଡର୍ଣ୍ଣ ପୋଷାକରେ ପିନ୍ଧିବା ଦ୍ୱାରା ତାଙ୍କର ଧାର୍ମିକ ଭାବନା ତଥା ସନାତନ ଧର୍ମର ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ମାମାଲରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।”