fbpx

୧୪ ବର୍ଷର ବାଳକକୁ ଚାପୁଡା ମାରିଲା ପୋଲିସ୍: CCTV ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଅଧିକାରୀ

ନୂଆଦିଲ୍ଲୀ: ଗୁଜରାଟରେ ଘଟିଯାଇଛି ଏକ ଅଘଟଣ । ଜଣେ ୧୪ ବର୍ଷର ବାଳକକୁ ପୋଲିସ ଅଧିକାରୀ ଚାପୁଡା ମାରିବାର ଭିଡିଓ ଭାଇରାଲ ହୋଇଛି । ଗୁଜରାଟର ଭଦୋଦରାରେ ଶନିବାର ଦିନ ଏହି ଘଟଣା ଘଟିଛି । ଶନିବାର ରାତି ୮.୪୫ ମିନିଟରେ ଏହି ଘଟଣା ଘଟିଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ଭିଡିଓଟି ଭାଇରାଲ ହୋଇଛି । ଭିଡିଓଟି ଭାଇରାଲ ହେବା ପରେ ପୋଲିସ ଅଧିକାରୀ ଜଣଙ୍କୁ ସସପେଣ୍ଡ କରାଯାଇଛି ।

ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଧିକାରୀ ଜଣଙ୍କୁ ଶକ୍ତି ସିଂହ ପାଭରା ବୋଲି ଚିହ୍ନଟ କରାଯାଇଥିଲା । ପାଭରା ଅନ୍ୟ ଏକ ପୋଲିସ ଥାନାରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ରାସ୍ତା କଡରେ ବାଳକ ଜଣଙ୍କ ପୋଲିସ ବାବୁଙ୍କୁ କମେଣ୍ଟ ମାରିଥିଲେ । ରାଗି ଯାଇଥିବା ପୋଲିସ ବାବୁ ବାଳକକୁ ଗୋଡେଇ ଗୋଡେଇ ଧରିଥିଲେ । ଏହାପରେ ଚାପୁଡା, ବିଧା, ଗୋଇଠା କଷି ଦେଇ ଯାଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଗୁଜରାଟ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ପାଭରାଙ୍କୁ ସସପେଣ୍ଡ କରାଯାଇଥିଲା ।

Get real time updates directly on you device, subscribe now.