ମହିଳାମାନଙ୍କୁ ପିଛା କରୁଥିଲା Insta Account, ବିନା ଅନୁମତିରେ ସେମାନଙ୍କର ପୋଷ୍ଟ ହେଉଥିଲା ଭିଡିଓ, ଅଭିଯୁକ୍ତ ଗିରଫ

ବିନା ଅନୁମତିରେ ମହିଳାଙ୍କ ଭିଡିଓ କରୁଥିଲା ଏହି ବ୍ୟକ୍ତି, ପୋଲିସ କଲା ଗିରଫ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ମହିଳାମାନଙ୍କ ବିନା ଅନୁମତିରେ ସେମାନଙ୍କ ଭିଡିଓ ଏବଂ ଫଟୋଗୁଡ଼ିକ ମାଧ୍ୟମରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଚଳାଇବା ଅଭିଯୋଗରେ ଜଣେ ୨୬ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ମହିଳାମାନଙ୍କ ଭିଡିଓ ଏବଂ ଫଟୋକୁ ଇନଷ୍ଟ୍ରାଗ୍ରାମରେ ପୋଷ୍ଟ କରିବା ପରେ ଗିରଫ ହୋଇଛନ୍ତି।

ଏହି ବ୍ୟକ୍ତି ଜଣକ ହେଉଛନ୍ତି, ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରୁଥିବା ଗୁରଦୀପ ସିଂହ। ସେ ବେରୋଜଗାର ଅଟନ୍ତି। ତାଙ୍କୁ ତାଙ୍କ ଘରୁ ପୋଲିସ ଉଠାଇ ଆଣିଛି। ସେ ନିଜ ଭାଇ ସହ ବେଙ୍ଗାଲୁରୁରେ ରହୁଥିଲେ।

ଏହି ଆକାଉଣ୍ଟ ବେଙ୍ଗାଲୁରୁର ଚର୍ଚ୍ଚ ଷ୍ଟ୍ରିଟରେ ଚାଲିକି ଯାଉଥିବା ଲୋକଙ୍କର ଭିଡିଓ କ୍ଲିପ୍ ପୋଷ୍ଟ କରୁଥିଲା। ଏହି କ୍ଲିପରେ ମହିଳାମାନେ ସାର୍ବଜନୀନ ଭାବେ ଚାଲିକି ଯାଉଥିବା ଦେଖିବାକୁ ମିଳିଛି। ଅନେକ କ୍ଲିପରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ମହିଳାମାନଙ୍କୁ ଲୁଚିଲୁଚି ପିଛା କରୁଥିଲା। ରାସ୍ତାରେ ଅରାଜକତାକୁ ରେକର୍ଡ କରୁଥିଲା।

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଜଣେ ମହିଳା ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ଅଭିଯୋଗ କରିଥିଲେ। ସେ ଅଭିଯୋଗ କରି ଲେଖିଛନ୍ତି, “ଏହି ଆକାଉଣ୍ଟ ମହିଳାଙ୍କ ବିନା ଅନୁମତିରେ ତାଙ୍କୁ ରେକର୍ଡ କରିଛି। ମୋ ସହ ବି ଏମିତି ହୋଇଛି। ଏମିତି ଲୋକେ ଜାଣିନଥିବେ ଯେ, ସେମାନଙ୍କର ଭିଡିଓ କରାଯାଉଛି ବୋଲି।”

ସେ ଅଭିଯୋଗ ଆଣିଛନ୍ତି ଯେ, ଏହି ଭିଡିଓ ଯୋଗୁଁ ତାଙ୍କୁ ଅନଲାଇନରେ ଅପରିଚିତ ଲୋକଙ୍କଠାରୁ ଅଶ୍ଳୀଳ ମେସେଜ ଆସିଛି। ପୋଲିସ କହିବାନୁଯାୟୀ, ପ୍ଲାଟଫର୍ମ ପଲିସି ଯୋଗୁଁ ଏହି ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହଟାଇବା ଜଟିଳ ହୋଇଛି। ସେଥିପାଇଁ ସେମାନେ ଇନଷ୍ଟାଗ୍ରାମର କମ୍ପାନୀ ମେଟା ସହ ଯୋଗାଯୋଗ କରୁଛନ୍ତି।