fbpx

ଏବେବି ତାଣ୍ଡବ ରଚୁଛି କରୋନା: କାଲିଠାରୁ ୧୮.୯% ବାହାରିଲେ ନୂଆ ପଜିଟିଭ, ଚାଲିଗଲା ୪୪୧ ଜୀବନ

Advertisement

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୨.୮୨ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି, ଯାହାକି କାଲି ତୁଳନାରେ ୧୮.୯% ରୁ ଅଧିକ । ନୂଆ ଆକ୍ରାନ୍ତଙ୍କ ମାମଲା ସାମ୍ନାକୁ ଆସିବା ପରେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୧୮ ଲକ୍ଷ ୩୧ ହଜାରକୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ୪୪୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୭ ହଜାର ୨୦୨କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୫୫ ଲକ୍ଷ ୮୩ ହଜାର ୩୯ ଜଣ ଆକ୍ରାନ୍ତ । ୨୪ ଘଣ୍ଟାରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ ସୁସ୍ଥ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରୁ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ସେଠାରେ ୪୧,୪୫୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହଳ ପରେ ମହାରାଷ୍ଟ୍ରରେ ୩୯,୨୦୭, କେରଳରେ ୨୮,୪୮୧, ତାମିଲନାଡୁରେ ୨୩,୮୮୮ ଓ ଗୁଜରାଟରେ ୧୭,୧୧୯ ମାମଲା ଚିହ୍ନଟ ହୋଇଛି ।

ଏହା ବ୍ୟତୀତ ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୯ ହଜାର ମୁହାଁ ହୋଇଛି । ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୮ହଜାର ୯୬୧ ରହିଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କାଲି ତୁଳନାରେ ୦.୭୯% ବୃଦ୍ଧି ହୋଇଛି ।

Get real time updates directly on you device, subscribe now.