fbpx

ମଧ୍ୟପ୍ରଦେଶରେ ମେ’ ୧୫ ପର୍ଯ୍ୟନ୍ତ ବଢିଲା କରୋନା କର୍ଫ୍ୟୁର ଅବଧି

ଭୋପାଳ,୬ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ କରୋନା କର୍ଫ୍ୟୁର ଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ରାଜ୍ୟରେ ସାପ୍ତାହାନ୍ତ କର୍ଫ୍ୟୁ ପୂର୍ବରୁ ଲାଗୁ ହେବା କାରଣରୁ ଏହାର ଅବଧି ମେ’ ୧୭ ପର୍ଯ୍ୟନ୍ତ ସକାଳ ୬ଟା ପର୍ଯ୍ୟନ୍ତ ରହିବ । ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ କରୋନା କର୍ଫ୍ୟୁର ଅବଧି ବଢିବା ନେଇ ଆଜି ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ବିବାହ, ଭୋଜି ଆଦି ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଗାଁ ମାନଙ୍କରେ କରୋନା ବେଶ ସକ୍ରିୟ ହେବାରେ ଲାଗିଛି । ଯେଉଁ ଜିଲ୍ଲାରେ କରୋନା ଅଧିକ ବ୍ୟାପୁଛି, ସେଠାରେ ସଜାଗ ନରହିଲେ ପରିସ୍ଥିତି ଭୟଙ୍କର ହୋଇପାରେ । ବର୍ତ୍ତମାନ ସୁଦ୍ଧା ଲୋକମାନଙ୍କ ଉପରୁ କରୋନା ସଙ୍କଟ ଦୂରେଇଯାଇନି ।’

Get real time updates directly on you device, subscribe now.