fbpx

ଚୀନରେ ତାଣ୍ଡବ କରୁଛି କରୋନା: ଲକ୍ଷଣ ଦେଖାଗଲେ ତତ୍‍କ୍ଷଣାତ୍‍ ଟେଷ୍ଟିଂ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର: ଚୀନରେ କୋଭିଡ ସଂକ୍ରମଣ ବଢୁଥିବାରୁ ଏ ନେଇ ଭାରତରେ ମଧ୍ୟ ସତର୍କତା ଜାରି କରାଯାଇଛି। ଏହି କ୍ରମରେ ରାଜ୍ୟରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ଦେଖାଯିବ, ସେମାନେ ତତ୍‍କ୍ଷଣାତ୍‍ ଟେଷ୍ଟିଙ୍ଗ କରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଆକ୍ରାନ୍ତମାନଙ୍କର ଜେନମ୍‍ ସିକ୍ୟୁଏନ୍ସି ହେବ। ସରକାରଙ୍କ ପାଖରେ ପର୍ଯ୍ୟପ୍ତ ପରିମାଣର ଜେନମ୍‍ ସିକ୍ୟୁଏନ୍‍ସି ଏବଂ ସର୍ଭିଲାନ୍ସ କରିବାକୁ ସୁବିଧା ଅଛି ବୋଲି ସେ କହିଛନ୍ତି। ଓଡ଼ିଶାରେ ହକି ବିଶ୍ୱକପ୍‍ ଆୟୋଜିତ ହେଉଥିବାରୁ ଭୁବନେଶ୍ୱର ଓ ରାଉରକେଲାରେ ଭିଡ଼କୁ ଦୃଷ୍ଟିରେ ରଖାଯାଇ ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି।

ପୁଣି ଠାରେ କରୋନା ମହାମାରୀ ବିଶ୍ୱରେ ଏହାର କାୟା ବିସ୍ତାର କରୁଥିବା ଦେଖି ଗତକାଲି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଥିଲେ। ବର୍ତ୍ତମାନ ଚୀନ୍‌, ଆମେରିକା ଏବଂ ଜାପାନ ଭଳି କିଛି ଦେଶରେ କରୋନା ମହାମରୀ ଚିନ୍ତା ବଢାଇ ଦେଇଛି । ଏପରିକି ଚୀନ୍‌ରେ ମୃତ ଲୋକମାନଙ୍କୁ ମଶାଣିରେ ଶବଦାହ କରିବା ଲାଗି ଜାଗା ମିଳୁ ନଥିବାର ଖବର ମଧ୍ୟ ଆସିଛି । ତେଣୁ ପୃଥିବୀରେ ପୁଣିଥରେ କରୋନା ମହାମୀର ପ୍ରଭାବ ବଢିଥିବା ବେଳେ କୋଭିଡ-ପଜିଟିଭ ନମୁନାଗୁଡ଼ିକର ଜିନୋମ ସିକୁଏନ୍ସି ବୃଦ୍ଧି କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦେଶରେ ଟ୍ରାକିଂ ଏବଂ ଆଇସୋଲେସନ ସହିତ ସିକ୍ୱେନ୍ସିଂ ମେକାନିଜିମ୍ ପ୍ରସ୍ତୁତ କରିବାକୁ କହିଛନ୍ତି। ପଡୋଶୀ ଚିନ୍‌ରେ ତାଜା କରୋନା ମହାମାରୀ ପ୍ରକୋପ ବଢି ଚାଲିଥିବା ବେଳେ ଏହାର ପ୍ରବାବକୁ ଦେଖି କେନ୍ଦ୍ର ସରକାରଙ୍କ ଏହି ନୂତନ ଆଦେଶ ଆସିଛି ।

Get real time updates directly on you device, subscribe now.