fbpx
BSKY
BJD MC SKY
BJD MS SKY

ନାଳନ୍ଦା ମେଡିକାଲ୍ କଲେଜର ୮୪ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

ପାଟନା: ବିହାରରେ କୋଭିଡ୍ ଭାଇରସ୍ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ଥର ଅନେକ ସଂଖ୍ୟାରେ କରୋନା ଯୋଦ୍ଧା ଭାଇରସ୍ କବଳକୁ ଆସିଛନ୍ତି । ନାଲନ୍ଦା ମେଡିକାଲ କଲେଜ୍ ହସ୍ପିଟାଲରେ କରୋନା ବିସ୍ଫୋରଣ ହୋଇଛି । ଏଠାରେ ଏକାବେଳରେ ୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଙ୍କ ମଧ୍ୟରେ ପୋଷ୍ଟ ଗ୍ରାଜୁଏଟ୍, ଅଣ୍ଡର ଗ୍ରାଜୁଏଟ୍ ଓ ଇଣ୍ଟର୍ନ ଛାତ୍ରଛାତ୍ରୀ ସାମିଲ ରହିଛନ୍ତି । ତେବେ ଏକାବେଳକେ ଏତେ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ପ୍ରଶାସନର ନିଦ ହଜିଯାଇଛି ।

ଗତ କିଛି ସପ୍ତାହ ହେଲା ବିହାର ସମେତ ପୂରା ଦେଶରେ କୋଭିଡ୍ ଭାଇରସ୍ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ୁଥିବା ସ୍ଥିତିକୁ ଆଖି ଆଗରେ ରଖି ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ସବୁ ପାର୍କ ଓ ଅଭୟାରଣ୍ୟକୁ ବନ୍ଦ କରିଦିଆଯାଇଥିଲା । ଯାହାଫଳରେ ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇପାରିବ । ତେବେ ବର୍ତ୍ତମାନ ମେଡିକାଲ କଲେଜ୍ ରୁ ଏକାଥରେ ୮୪ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ରହିଛନ୍ତି ।

Get real time updates directly on you device, subscribe now.