fbpx
BSKY
BJD MC SKY
BJD MS SKY

ଆପଣ ଏକ ସମୟରେ ଦୁଇଟି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇପାରନ୍ତି: ଜାଣନ୍ତୁ ଏହି ନୂଆ ବିମାରୀକୁ ଚିହ୍ନିବେ କିପରି

ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଏକ ନୂଆ ସମସ୍ୟା । ନିକଟରେ ଇସ୍ରାଏଲରୁ ଫ୍ଲୋରୋନା ନାମକ ଏକ ନୂଆ ରୋଗ ବିଷୟରେ ଜଣାପଡ଼ିଛି । ତେବେ ଏହା କରୋନାର ନୂଆ ଭାରିଆଣ୍ଟ ନୁହେଁ ବୋଲି ସଦ୍ୟ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଫ୍ଲୋରୋନାରେ କରୋନା ଭାଇରସ ଓ ଇନଫ୍ଲୁଏନଜାର ସଂକ୍ରମଣ ଏକ ସମୟରେ ହେଉଛି । ଇସ୍ରାଏଲରେ ଜଣେ ଗର୍ଭବତୀ ମହିଳାଙ୍କ ଠାରେ ସର୍ବପ୍ରଥମେ ଫ୍ଲୋରୋନା ବିମାରୀର ଚିହ୍ନଟ ହୋଇଥିଲା । ମହିଳା ଜଣଙ୍କ ନିଜ ସନ୍ତାନଙ୍କୁ ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଉକ୍ତ ମହିଳା କୋଭିଡ ଭ୍ୟାକ୍ସିନ ଲଗାଇନଥିବା ଜଣାପଡ଼ିଛି । ତେବେ ଶରୀରର ଇମ୍ୟୁନିଟି ହ୍ରାସ କାରଣରୁ ଫ୍ଲୋରୋନା ହୋଇଥାଏ ବୋଲି ତଥ୍ୟ ମିଳିଛି । ତେବେ ଏହି ଦୁଇ ଭାଇରସ ଏକ ସମୟରେ ଆକ୍ରମଣ କରିବା ଦ୍ୱାରା ଅଧିକ ଭୟଙ୍କର ହୋଇପାରନ୍ତି । ତେଣୁ ଏନେଇ ବୈଜ୍ଞାନିକମାନେ ଏହା ବିଷୟରେ ଅଧିକ ତଥ୍ୟ ହାସଲ ନେଇ ରିସର୍ଚ୍ଚ ଜାରି ରଖିଛନ୍ତି ।

ତେବେ ଫ୍ଲୋରୋନା କରୋନା ଭାରିଆଣ୍ଟର ନୂଆ ଭାରିଆଣ୍ଟ ହୋଇନଥିବାରୁ ଏଥିନେଇ ଚିନ୍ତା କରିବାର ନାହିଁ । କେବଳ ସାବଧାନ ରହିବା ସହ ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା, ସୋସିଆଲ ଡିଷ୍ଟାନ୍ସିଂ ମେଣ୍ଟେନ୍ନ ରଖିବା ଜରୁରୀ । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କରୋନାର ଅନେକ ଭାରିଆଣ୍ଟ ଆଲଫା, ବିଟା, ଗାମା, ଡେଲଟା, ଓମିକ୍ରନ ଆଦିକୁ ଚିହ୍ନଟ କରିସାରିଛି । ଫ୍ଲୋରୋନାରେ ସଂକ୍ରମିତ ହେବା ପରେ ବୁଖାର, ମୁହଁ ଯନ୍ତ୍ରଣା, ଗଳା ପ୍ରଦାହ, ଶ୍ୱାସକ୍ରିୟାରେ କଷ୍ଟ, ମୁଣ୍ଡବ୍ୟଥା, ବାନ୍ତି ଲାଗିବା, ଡାଇରିଆ, ଚର୍ମରୋଗ ଆଦି ଲକ୍ଷଣ ଦେଖାଦେଇଥାଏ ବୋଲି କୁହାଯାଇଛି ।

Get real time updates directly on you device, subscribe now.