fbpx

ଦିଲ୍ଲୀରେ କରୋନା ବୈଠକ ; ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ – କହିଲେ ସିଏମ କେଜ୍ରିୱାଲ

Advertisement

ନୂଆଦିଲ୍ଲୀ : କରୋନାର ଛାୟା ତଳେ ଏବେ ଦିଲ୍ଲୀ । ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୬ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିଲ୍ଲୀରେ ସରକାର ଏକ ବୈଠକ ହୋଇଥିଲା । ବୈଠକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀ ସରକାର କୋଭିଡ -୧୯ ମାମଲାର ବୃଦ୍ଧି ଉପରେ ନଜର ରଖିଛି ଏବଂ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ।

କେଜ୍ରିୱାଲ କହିଛନ୍ତି ଯେ ଗତ ଚାରି-ପାଞ୍ଚ ଦିନ ମଧ୍ୟରେ ସଂକ୍ରମଣ ହେତୁ ତିନିଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏହି ଲୋକମାନେ ପୂର୍ବରୁ କିଛି ଗୁରୁତର ରୋଗରେ ପୀଡିତ ଥିଲେ। ସେ କେବଳ କରୋନା ରୋଗରେ ଆକ୍ରାନ୍ତ ନଥିଲେ ବରଂ ଅନ୍ୟ ରୋଗରେ ଗୁରୁତର ଥିଲେ । ସେମାନଙ୍କର ମୃତ୍ୟୁର ମୁଖ୍ୟ କାରଣ କୋଭିଡ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି ।

କୋଭିଡ ସମ୍ବନ୍ଧୀୟ ପରିସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଶେଷ ପରେ କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନ ପର‌୍ୟ୍ୟନ୍ତ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ସେ ଆହୁରି ବି କହିଛନ୍ତି ଯେ, ୨୯୫ ଟି ନୂଆ ମାମଲା ଆସିଛି ଏବଂ ସଂକ୍ରମଣ ହାର ୧୨.୪୮ ପ୍ରତିଶତ ଥିଲା। ଗତ ବର୍ଷ ଅଗଷ୍ଟ ୩୧ ପରେ ଦିଲ୍ଲୀରେ ବୁଧବାର ଦିନ ଗୋଟିଏ ଦିନରେ ସର୍ବାଧିକ ୩୦୦ ମାମଲା ରିପୋର୍ଟ ହୋଇଥିଲା ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ସଂକ୍ରମଣ ହାର ୧୩.୮୯ ପ୍ରତିଶତରେ ରେକର୍ଡ କରାଯାଇଥିଲା।

ଏଥି ସହ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ଆମେ ସଜାଗ ରହିଛୁ, ଦିଲ୍ଲୀର କୋଭିଡ -୧୯ ର ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି।

Get real time updates directly on you device, subscribe now.