fbpx

ଭୁବନେଶ୍ୱରରୁ ଦୈନିକ ୩୦୦ରୁ ଅଧିକ ବାହାରୁଛି ପଜିଟିଭ କେସ୍, ଜାଣନ୍ତୁ ଆଜି କେତେ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଦୈନିକ ୩୦୦ ଉପରେ ପଜିଟିଭ ବାହାରୁଛନ୍ତି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୩୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୩୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୯୫, ୧୯୪ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୯୩ ହଜାର ୩୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୧,୨୪୬ ଜଣ ଚିକିତ୍ସିତ ହେଉଥିବା ବେଳେ ୫୯୫ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.